STORYMIRROR

Chinmayee Kanta

Drama Romance Others

3  

Chinmayee Kanta

Drama Romance Others

କି କଲ କି କଲ ସାଥି

କି କଲ କି କଲ ସାଥି

1 min
184

କି କଲ କି କଲ ସାଥି, କି କଲ ତୁମେ?

ଅଧା ରାସ୍ତା ରେ ଛାଡ଼ିଦେଇ ଆଜି

ନିଆଁ ଲଗାଇଦେଲ ଏ ଜୀବନେ

କି କଲ କି କଲ ସାଥି କି କଲ ତୁମେ?


ହୃଦୟେ ମୋହର ଖେଲିଦେଇ ଆଜି

ଉଲ୍ଲାସରେ ଅଛ ତୁମରି ମନେ

କି କଲ କି କଲ ସାଥି କି କଲ ତୁମେ?

ଆନମନା ଏଇ ମନଟି ମୋହର

  ପାଇଥିଲା ଦିନେ ହୃଦୟ ତୁମର

ଯତନରେ ଯେବେ ସାଇତି ରଖିଲି

  ପୁଣି କଲ କାଇଁ ପାତର ଅନ୍ତର?


ହସୁଥିଲି ଦିନେ ତୁମ ସମ୍ମାନେ....

କି କଲ କି କଲ ସାଥି କି କଲ ତୁମେ?

ହୃଦୟ ଯନ୍ତ୍ରଣା ସହିକି ପାରିବି

   ବଞ୍ଚିବାର ନାହିଁ ଶକ୍ତି

କାହିଁ ଲୁଚିଅଛ ଆହେ ଘେନ ବର

 ଦିଅହେ ଜୀବନୁ ମୁକ୍ତି

ଚାଲିବାର ଶକ୍ତି କି ଅଛି ଜୀବନେ

କି କଲ କି କଲ ସାଥି କି କଲ ତୁମେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama