STORYMIRROR

Dr.Priyadarshee Praharaj

Drama Tragedy Inspirational

3  

Dr.Priyadarshee Praharaj

Drama Tragedy Inspirational

ନନ୍ଦୀ ପରିବର୍ତ୍ତେ ବଉଳା

ନନ୍ଦୀ ପରିବର୍ତ୍ତେ ବଉଳା

1 min
185

ଏକୋଇର ବଳା 

ବଉଳା ନାମିତ,

ସୁରଭି ମାଆ ର ପୁଅ ଓ ଝିଅ ଟିଏ ମୁଁ।


ଶିଶୁକାଳେ ଚିଡୁଥିଲି ଶୁଣି ଏ ନାମର ଡାକ,

ବୁଝି ନଥିଲି, ପଛରେ ଥିବା ମୋ ମାଆର ଅଭିଳାଷ।


ଯେବେ ଦୁନିଆ ଆଖିରେ ପରଖିଲି ନିଜକୁ,

ଦୋଷି କରିଲି ମୋ ମାଆ ର ବାତ୍ସଲ୍ୟ ମମତା କୁ।


ଯେଉଁ ଦୁନିଆ କୁ କରିଥିଲି ନିଜର ,

ତାହାରି ବିଦ୍ରୁପ, ଆକ୍ଷେପ ରେ ହୋଇଲି ଆଘାତ।


ଶିଖାଇ ଦେଲା ମତେ ଲିଙ୍ଗ ବାଦ ର ପରିଭାଷା।

ନାମ ଅନୁସାରେ ଧାର୍ଯ୍ୟ କଲା ଦୁଃଖର ମାପ ପ୍ରକ୍ରିୟା।


ସମାଜ ହେଲା ତିନି ତୁଣ୍ଡ ଧାରି।

ପୃଥକ୍ ଉପବିଧି ଟେକିଲା ମୁଣ୍ଡ ସାଜି ଅବିବେକି।


କାଳେ କଷ୍ଟ ହୁଏ ବଉଳା କୁ ରହେ ସେ ଆଶ୍ରୟ ସ୍ଥଳେ।

ନନ୍ଦୀ ନାମ ବୋଲି,ବସି ଯାଏ ପାଞ୍ଚଣ ଲଦି ହୁଏ ବୋଝ ସବୁ ତାହାରି ଚୂଳ ମୂଳେ।


ସୁରଭି ମାଆର ଯେ ଥିଲା ଅନ୍ତର୍ଜ୍ଞାନ

ତେଣୁ ,

ନନ୍ଦୀ ପରିବର୍ତ୍ତେ ବଉଳା ମୋ ନାମକରଣ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama