STORYMIRROR

Arjun Das

Drama Tragedy Others

3  

Arjun Das

Drama Tragedy Others

ବିଛେଦ

ବିଛେଦ

1 min
226

ଏମିତି ରାସ୍ତାରେ ଛାଡି ଚାଲିଗଲ

ହୃଦୟ ଖୋଜୁୁୁୁଛିି ଆଜି

ତୁମ ଭାବନା ରେ ତୁମରି ପ୍ରେମରେ

ପାଗଳ ଯାଇଛି ସାଜି  ।


ତୁମ ବିଚ୍ଛେଦ ରେ କେତେ ଲୁହ ମୋର

ନୟନୁ ଯାଇଛି ଝରି

ଆଜି ବି ତୁମକୁ ଏ ମନ ଖୋଜୁଛି 

ସତେ ଜପାମାଳି ପରି   ।


ଟିକିଏ ହସେଇବା ପାଇଁ ଥିଲା

ଯଦି ତୁମରି ମନରେ

କାହିଁକି ଏପରି ମିଛ ସତ କହି

ଖେଳୁଥିଲ ମୋ ସାଥିରେ   ।


ଆଖି ମୋ କାନ୍ଦୁଛି ମନ ମୋ ଝୁରୁଛି

ତୁମ ସେଇ ଝଲକକୁ

କେତେ କେତେ ମିଠା କଥା କହି ତମେ

କିଣି ଥିଲ ହୃଦୟକୁ    ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama