STORYMIRROR

Kabiratna Nutan Kumar Behera

Drama Action Inspirational

3  

Kabiratna Nutan Kumar Behera

Drama Action Inspirational

ମୁଁ ଆତ୍ମା କହୁଛି

ମୁଁ ଆତ୍ମା କହୁଛି

1 min
199


ମୁଁ ଆତ୍ମା କହୁଛି

ସ୍ବଧ୍ୟାୟ କରି ଜାଣ ମୋ ସ୍ବରୂପ,

ମୁଁ ତୁମ ଭିତରେ ବିଦ୍ୟମାନ

ନୀରବେ ଅନୁଭବ କର 

ମୋ ଶକ୍ତି ସତ୍ତାର ପ୍ରତାପ।


ମୁଁ ନୁହେଁ ସ୍ଥୂଳ ଶରୀର

ଶରୀର ମୋ ଆଧାର,

ଭିନ୍ନ ଭିନ୍ନ ଶରୀରର ଘଟେ

ଭିନ୍ନ ଭିନ୍ନ ରୂପେ ହୁଏ ରୂପାନ୍ତର।


ମୁଁ ଦେହ ନୁହେଁ ଦେହୀ

ଆତ୍ମା ପ୍ରାଣଶକ୍ତିର ସଞ୍ଚାଳକ,

ମୋ ପ୍ରଭାବରେ ହୁଏ ପ୍ରକାଶ

ସଚରାଚର ଭୂଲୋକ।


ମୁଁ ଆତ୍ମା କହୁଛି

ଧାରଣା ଧ୍ୟାନରେ ତୁମ ଭିତରର

ଅହରହ 'ଓଁ' କାରର ପ୍ରଣବ

ବୀଜ ମନ୍ତ୍ର ଧ୍ଵନି ଶୁଣ,

ଉଚ୍ଚାରିତ ଯେତେ ଶବ୍ଦବ୍ରହ୍ମ

ଆଣିବାକୁ ଚେତନାର ଜାଗରଣ।


ଅନ୍ଧବିଶ୍ୱାସ କୁସଂସ୍କାରର

ଖୋଳପା ଭିତରୁ ବାହାରି ଆସ,

ନିଜକୁ ଜାଣ ନିଜ ପରିଚୟ କଣ

ଆତ୍ମଜ୍ଞାନରୁ ଆସିବ ଆତ୍ମବିଶ୍ୱାସ।


ନିଜକୁ ଚିହ୍ନିଲେ ଜଗତ ଚିହ୍ନିବ

ଏ ସଂସାର ବ୍ରହ୍ମମୟ,

ପାର୍ଥିବ ଜଞ୍ଜାଳ ଅହେତୁକ ଭ୍ରମ

କାମନାର ବିନାଶରେ

ସୂକ୍ଷ୍ମ ଦର୍ଶନ ହୁଏ ଅମୃତମୟ।


ମୁଁ ଆତ୍ମା କହୁଛି

ଅନ୍ତର ଭିତରେ ଅନନ୍ତକୁ ଦେଖ

ମୁଁ ଆତ୍ମା ଚିର ଯୁବା କୁମାର,

ନାହିଁ ମୋର ବୟସ କି ଆୟୁଷ

ମୁ ଅବିନାଶୀ ଅବିନେଶ୍ବର।


ମୋର ଏ ଆତ୍ମା ଅଜର ଅମର ଅକ୍ଷୟ

ହୁଏ ନାହିଁ ହେବ ନାହିଁ ବିଲୟ,

ମୁଁ ଅନାଦି ଅନନ୍ତ ନିରୋଗ ନିରାମୟ

ଶୁଦ୍ଧ ବୁଦ୍ଧ ପବିତ୍ର ମୋ ହୃଦୟ।


ମୁଁ ଅବିଚ୍ଛେଦ୍ୟ ଅଭେଦ

ସବୁକୁ କରିପାରେ ସହଜେ ଭେଦ,

ମୁଁ ଆନନ୍ଦମୟ କୋଷ

ସୃଷ୍ଟି ସ୍ଥିତି ପ୍ରଳୟରେ ନାହିଁ 

ମୋର କାହା ସାଥେ ବିବାଦ।


ମୁଁ ଆତ୍ମା କହୁଛି

ମୁଁ ସ୍ବାଧୀନ ସ୍ବତନ୍ତ୍ର ସଦା ନିରପେକ୍ଷ

ବନ୍ଧନରେ ହୁଏନା ବାନ୍ଧି,

ଲୋଭ ମୋହ ମାୟା ସାଥେ 

ସାଲିସ୍ କରିବାକୁ କରେନା ସନ୍ଧି।


ମୁଁ ମୁକ୍ତ ଅବ୍ୟୟ ଅଚିନ୍ତ୍ୟ

ସୂକ୍ଷ୍ମାତୀସୂକ୍ଷ୍ମ ବ୍ରହ୍ମ

ପରଂବ୍ରହ୍ମରେ ହୋଇଥାଏ ଲୀନ,

ସ୍ଥୂଳ ଶରୀରରେ କଲେ ଅବସ୍ଥାନ

ପ୍ରାପ୍ତହୁଏ ଜୀବନ।


ମୋତେ ଜାଣି ହୃଦବୋଧ କରି

ହୁଏ ଜଣେ ବିଜ୍ଞ ଅଭିଜ୍ଞ ଆତ୍ମଦର୍ଶୀ,

ଏ ଆତ୍ମାର ସାକ୍ଷାତକାର ବ୍ୟତିରେକ

ହୁଏନା ସୃଷ୍ଟିତତ୍ତ୍ଵ ମର୍ମସ୍ପର୍ଶୀ।

ମୁଁ ଆତ୍ମା କହୁଛି ।

 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama