ନାହିଁ ସୁଖୀ ହେବାର ମନ୍ତ୍ରଟିଏ
ନାହିଁ ସୁଖୀ ହେବାର ମନ୍ତ୍ରଟିଏ
ନିକଟରୁ ଦେଖିଥିବା ଅନେକ ଅପାସୋରା
ଅତୀତର ସ୍ମୃତି
ଛାତି କ୍ୟାଲେଣ୍ଡରର ଥିବା ମୂହୁର୍ତ୍ତ ମାନ
ମନେ ପଡେ ଅତି ।
ହୃଦୟର ସ୍ପନ୍ଦନର ଆଢୁଆଳେ କେତେ
ଶୁଣିଥିବା ପ୍ରତିଶୃତି
ସମୟର କବଳରେ ସାଜିଥିଲି ଛେଳି ପରି
ନିରୀହ ପୂର୍ଣ୍ଣାହୁତି ।
ପ୍ରାଣ ମୋର କେତେ ବ୍ୟତିବ୍ୟସ୍ତ କଲବଲ
ହୋଇଛି ସେଥିରେ
ମୋ ସାହାସକୁ ଖିନ୍ ଭିନ୍ କରୁଥିଲେ ନାନା
କଳରଵ ମଧ୍ୟରେ ।
କେତେ ଚେଷ୍ଟା କରୁଥିଲି ଖୋଜିବାକୁ ସୁରକ୍ଷିତ
ସ୍ୱର୍ଗର ଘର
ମନେ ପଡୁଛି, ଧ୍ୱଂସରେ ଭସ୍ମ ପାଲଟୁଥିବା ଆଶା
ଗୁଡିକ ମୋର ।
ମଣିଷ ଜୀଵନ ସୁଖରେ ରହିବା ନୂହେଁ କେବେ
ସହଜ ଗଣିତଟିଏ
ପଢ ପୋଥି ପୁରାଣ, ଇତିହାସ, ନାହିଁ ସୁଖୀ
ହେବାର ମନ୍ତ୍ରଟିଏ ।
ଲୁଚି ଯାଉ ଥିଲା ମୋର ସପନ ଗୁଡିକ ଘନ
ମେଘ ଅନ୍ଧାରରେ
କଷ୍ଟ ଲାଗୁଥିଲା, ଭୁଲିଥିଲି ଦୁନିଆଟା ମିଛ ମାୟା
ମୁଁ ଅଭିନୟ କରେ ।