STORYMIRROR

Pradosh Shreechandan Nayak

Drama Romance Fantasy

3  

Pradosh Shreechandan Nayak

Drama Romance Fantasy

ସ୍ଵପ୍ନ ତୁମେ

ସ୍ଵପ୍ନ ତୁମେ

1 min
181


  ନୀରବ ରଜନୀ ନୀଳପରୀ ତୁମେ

  ନୀରିହ ନୀଦର ସାଥୀ,

  ମନ ପାନ୍ଥଶାଳା ନୀଘଞ୍ଚ ଶୂନ୍ୟତା

  ପୂର୍ଣ କରୁଥାଅ ନୀତି।(୧)

  ଚକ୍ଷୁ ବାତାୟନ ବନ୍ଦ କରି ଦେଇ

  ଖୋଲ ପରଦା ମନର,

  ଉତ୍ତର ନିଶାକୁ ହର୍ସଉଲ୍ଲାସେ ଭରି

  ରଖୁଛ ସ୍ମୃତି ଦୁଃଖର।(୨)

  ମଧୁଝରା ରାତି ମଧ୍ୟାନ୍ତରେ ଆସି

  ମନରେ କରୁଛ ଘର,

  ଧ୍ୟାନ୍ତ ପରାଣର ଶୂନ୍ୟ ଆକାଶରେ

  ଆଣୁଛ ଶ୍ରାବଣୀ ନୀର।(୩)

  କେବେ ସାଜ ତୁମେ ସୁଦୀର୍ଘ ଉର୍ମିଟେ

  ଭାବେ ମନ ନୀରନ୍ତର,

  ପୁଣି କେବେ ସାଜି ନୀରବ ଭଟ୍ଟାଟେ

  କରି ଦେଇ ଯାଅ ପର।(୪)

  ନୀରସ ଜୀବନେ ପୁରୁଣା ସ୍ମୁରତି

  କରୁଛ ତୁମେ ଚିତ୍ରଣ,

  କେବେ ପୁଣି ତୁମେ ଦୁଃଖ ବଇଶାଖି

  ଭିଜେଇ ଦଉଛ ମନ।

  ହୃଦୟର ସୂକ୍ଷ୍ମ କାଚର କାନ୍ଥକୁ

  ଥରାଇ ଦେଉଛ ତୁମେ,

  ଯୋବନ‌ ପ୍ରଭାତେ ରଙ୍ଗୀନ ମନରେ

  କଳ୍ପନା କୁମାରୀ ତୁମେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama