STORYMIRROR

Pradosh Shreechandan Nayak

Classics Fantasy Thriller

3  

Pradosh Shreechandan Nayak

Classics Fantasy Thriller

ଅପୂର୍ବ ପ୍ରକୃତି

ଅପୂର୍ବ ପ୍ରକୃତି

1 min
190

ଆଦ୍ୟ ଶ୍ରାବଣ ର ବରଷା ବତାଷି

ଶରତ ଆଣି ଆସିଛି,

ମୃୃଦୁ ସମୀରଣେ ମଧୁର ସୁରଭି

ମନେ ପୂୂୂୂଲକ ଆଣିଛି।


ପାଦପ ରାଜି ଯେ ଗଗନ ଚୁମ୍ବିଣ

ନୃୃତ୍ୟାଙ୍ଗନା ସାଜିଛନ୍ତି,

ସମୀର ସଙ୍ଗରେ ପଦ ମିଳାଇଣ

ନବ ରଙ୍ଗେ ଝୁମୁଛନ୍ତି।


ଦୂୂ ଗାଁ କାନନୁ ବିହଙ୍ଗମ ଦଳେ

ବିିିହାାୟସ ଭେଦ କରି,

ଉଡି ଆସୁଛନ୍ତି ପକ୍ଷ ଝାଡିଦେଇ

ଅମ୍ବର ଆପଣା କରି।


ଜଳଦେ ଚପଳା ଝଲସି ଉଠୁଛି

ସତେ ସାମୁକାରେ ମୋତିି,

ସାମାନ୍ୟ ପ୍ରକାଶେ ଲୁଚି ଯାାଏ ପୁଣି

ସଂସାରେ ସୁଖ ଯେମିତି।


ଗୃୃହରେେ ବଧୁ ବାଳ ଗୃହାଙ୍ଗନେ

ଆନନ୍ଦେ ବିଭୋର ହୋଇ,

ଧରଣୀ ର ଏ ଅପୂର୍ବ ଦୃଶ୍ୟ କୁ

ଦେଖନ୍ତିତି ନୟନ ଭରତି ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics