STORYMIRROR

Pradosh Shreechandan Nayak

Romance

3  

Pradosh Shreechandan Nayak

Romance

ଜୀବନସାଥୀ ତୁମ ବିନା

ଜୀବନସାଥୀ ତୁମ ବିନା

1 min
243

ଜୀବନ ଆଜି ମୋ    ବିଜନ ଅରଣ୍ୟେ

    ଦିଗହରା ଏକ ପଥିକ

ତୁମେ ନାହଁ ସାଥି    ହାତ ଥାମିବାକୁ

    ବାକି ଅଛି ପ୍ରାଣ ଟିକକ।।


 ସେହି ଅରଣ୍ୟରେ   ଲୋତକ ତଟିନୀ

   ବହୁଛି ତୋର ଅପେକ୍ଷାରେ,

 ଫେରିଆସ ତୁମେ   ମୋହରି ପାାଖକୁ

  ମୋର ସପନର ସବାରୀରେ।


କିଛି ନଥିଲେ ବି   ଲୋତକେ ମୋହରି

   ଧୋଇଦେବି ତୁମ ପୟର,

ସେଦିନ ଲେଖିବ    ଅମର ଅକ୍ଷରେ

   ଗଳ୍ପ ଏ ଆମ ଜୀବନର।


ମୋର ସପନ କୁ   ତୋରଙ୍ଗ‌‌‌ ତୂଳୀରେ

   ଜୀବନ ଟିକେ ଭରିଦିଅ ,

ହାତ ମୋର ଧରି   ଜୀବନ ଟା ସାରା

  ମୋର ସାଥୀରେ ରହିଥାଅ।


ଜୀବନ ଲାଗୁଛି    ସରଶଯ୍ୟା ପରି

   କଷଣ ହୃଦୟେ ଭରିଛି,

ତୁମରି ପରଷ    ପାଇବାକୁ ଟିକେ

   ଶରୀରେ ପରାଣ ରହିଛି।


ସରଶଯ୍ୟାକୁ ତୁ    ମଧୁ ଶଯ୍ୟା କରି

    ପ୍ରଣୟ ଋତୁ ଆଣିଦିଅ,

ମଧୁ ଯାମିନୀରେ   ପ୍ରେମ ଭରିଦେଇ

   ନୟନେ ମୋର ଲୁଚିଯାାଅ ।‌



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance