STORYMIRROR

Pradosh Shreechandan Nayak

Abstract Romance Thriller

3  

Pradosh Shreechandan Nayak

Abstract Romance Thriller

ପ୍ରିୟା ଥିଲେ

ପ୍ରିୟା ଥିଲେ

1 min
209

     

ତୁମେ ଥିଲେ ପ୍ରିୟା ସବୁ ଭଲ ଲାଗେ

ହସି ଉଠେ ମୋ ଜୀବନ,

ତୁମେ ହିଁ ବୁଝିଛି ପ୍ରେମର ନିଶାକୁ

ମଧୁଭରା ମୋ ସପନ।

ମତୁଆଲା କରେ ହସର କୁହୂକ

କଥା ତୋ କରିଛି ଯାଦୁ,

ସବୁ ତୁମେ ଜାଣ ଭୁଲିକି ପାରିବ

ଅଛି କଣ କହିବାକୁ।

ଆଖି ପଲକର ପ୍ରତିଟି ଦୃଶ୍ୟରେ

ତୁମରି ହସର ଛାଇ,

ତୁମେ ଚାଲିଗଲେ ଏଇ ଜୀବନରେ

ଆଉ କ'ଣ ଯିବ ରହି‌।

‌ତୁମରି ଆଖିର ସୂକ୍ଷ୍ମ କଜ୍ଜଳ

ଆଉ ତୋ ଚୋରା ଚାହାଣି,

ବିଚରା ମନର ମରୁପଥ ପରେ

ଫଗୁଣ ଦେଇଛି ଆଣି।

କହିବାକୁ ଅଛି ଅନେକ କଥା ତ

ଶୁଣିବାକୁ ଅଛି କିଛି,

କହିବା ଶୁଣିବା ଅଧା ରହିଯାଏ 

ଦୂରରେ ରହିଛ ସାଥୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract