ପ୍ରିୟା ଥିଲେ
ପ୍ରିୟା ଥିଲେ
ତୁମେ ଥିଲେ ପ୍ରିୟା ସବୁ ଭଲ ଲାଗେ
ହସି ଉଠେ ମୋ ଜୀବନ,
ତୁମେ ହିଁ ବୁଝିଛି ପ୍ରେମର ନିଶାକୁ
ମଧୁଭରା ମୋ ସପନ।
ମତୁଆଲା କରେ ହସର କୁହୂକ
କଥା ତୋ କରିଛି ଯାଦୁ,
ସବୁ ତୁମେ ଜାଣ ଭୁଲିକି ପାରିବ
ଅଛି କଣ କହିବାକୁ।
ଆଖି ପଲକର ପ୍ରତିଟି ଦୃଶ୍ୟରେ
ତୁମରି ହସର ଛାଇ,
ତୁମେ ଚାଲିଗଲେ ଏଇ ଜୀବନରେ
ଆଉ କ'ଣ ଯିବ ରହି।
ତୁମରି ଆଖିର ସୂକ୍ଷ୍ମ କଜ୍ଜଳ
ଆଉ ତୋ ଚୋରା ଚାହାଣି,
ବିଚରା ମନର ମରୁପଥ ପରେ
ଫଗୁଣ ଦେଇଛି ଆଣି।
କହିବାକୁ ଅଛି ଅନେକ କଥା ତ
ଶୁଣିବାକୁ ଅଛି କିଛି,
କହିବା ଶୁଣିବା ଅଧା ରହିଯାଏ
ଦୂରରେ ରହିଛ ସାଥୀ।

