ପ୍ରେମ
ପ୍ରେମ
ପ୍ରେମ ଶାଶ୍ଵତ ପ୍ରେମ ଚିରନ୍ତନ
ପ୍ରେମ ହିଁ ନିରାଟ ସତ୍ୟ
କହି କହି ତୁ କରି ଚାଲିଥିଲୁ ପ୍ରତାରଣା ।
ହୃଦୟରେ ଭରି ବାସୁକିର ଗରଳ,
ମୋ ଆଗରେ ହୋଇ ଯେ ସରଳତେରଛା
ଚାହାଣି ରେ ତୋର ହେଇଗଲି ବାଟବଣା ।
ହୃଦୟ ରେ ଆଣି ହୃତ୍ କମ୍ପନ
ଓଷ୍ଠ ରେ ମୋର ଯେବେ ଆଙ୍କିଲୁ
ଚୁମ୍ବନ କାହିଁକି କେଜାଣି ମୋର ମନ
ମରୁଭୂମିରେ ଭରିଗଲା ସବୁଜିମା ।
ରମ୍ଭା ,ଉର୍ବଶୀ, ମେନକା ଅବା
କେଉଁ ସ୍ବର୍ଗର ଅପସରା
ହେବେ କି ତୋ ରୂପ ସହ କଳନା,
ହେଲେ ଅପସରା ମାନେ ତ କରନ୍ତି
ଛଳନା ପୁରାଣରେ ତ ହେଇଛି ବର୍ଣ୍ଣର୍ନା ।
ବିବାହର ସ୍ବପ୍ନ ଏକ ପ୍ରହେଳିକା
ଏହା ଜାଣିଥିଲି ହେଲେବି କାହିଁକି
ତୋ ରୂପ ଲାବଣ୍ୟରେ
ନିଜକୁ ହଜେଇ ଦେଲି ।
ପ୍ରେମ ତୁଟିଲା ,ସ୍ବପ୍ନ ଭାଙ୍ଗିଲା
ଭାଙ୍ଗିଲା ସବୁ ଗୁମାନ ଯେବେ ମୁଁ
ଜାଣିଲି ମନ ନୁହେଁ ତୋର ସେଇଟା ନନ୍ଦନକାନନ
ମୋ ପରି ଅନେକ ପଶୁ ସେଠି କରନ୍ତି ବିତରଣ ,
ବାଘ ସିଂହ, ଭାଲୁ ପରି ରାଜା ଥାଉ ଥାଉ
ସାମାନ୍ୟ ଗୁଣ୍ଡୁଚି ମୂଷା ହେଇ
ମୋର କି ବା ବୃଥା ଅଭିମାନ ।
ନିଜକୁ ବୁଝେଇ ଭୁଲେଇ ମୁଁ ଦେଲି
ପ୍ରେମ ଏକ ମରୀଚିକା ବୋଲି
ଜାଣି ମୁଁ ଗଲିପ୍ରେମ କେବେ
କରିବିନି ବୋଲି ଶପଥ ଯେ ନେଲି
ହେଲେ ଏ ମନ କଣ ବୁଝିଲା
ପୁଣି ଏକ ଅପସରା ଦେଖି ,
ପୁଣି ମୋ ହୃଦ ସ୍ପନ୍ଦନ ବଢେଇ ମୁଁ ଦେଲି ।