STORYMIRROR

ommahapatra Official

Romance

3  

ommahapatra Official

Romance

କହିବାର ଥିଲା ଯାହା

କହିବାର ଥିଲା ଯାହା

1 min
303

କହିବାର ଥିଲା ଯାହା କହି ତ ପାରୁନି

କହିବି କହିବି ବୋଲି ।

କେତେ ଯେ ଢେଉ ,କେତେ ଯେ ଯାତନା

ସହି ଆସିଚି ଜୀବନେ ଚାଲି ।

କେତେବେଳେ ଆସି ଦେଖା ହୁଅ ଥରେ ପ୍ରିୟା

ମୋ ମନ ର ଅଶାନ୍ତ ପ୍ରେମ ମନ୍ଦିରେ

ତୁମକୁ ପାଇ ମୁଁ ସବୁ ଭୁଲିଯିବି।

ଦୁନିଆ ଛାଡ଼ିବି ଶାନ୍ତି ରେ।

ଚୁମ୍ବନ ଦେଇ ମଥା ରେ ତୁମ କରିବି ତୁମକୁ ଆଲିଙ୍ଗନ।

କେତେ ଯେ ଯାତନା,କେତେ ଯେ ପ୍ରତାରଣା ସହିଚି ଜୀବନେ। 

କରିବି ପ୍ରିୟା ତୁମ ଆଗରେ ବଖାଣ,

କଥା ଦେଇ ଏଠି କଥା ରଖିଲେନି 

ଯାହାକୁ ଭରସା କଲି

ଆସିବ କହିଛ ପ୍ରିୟ ତୁମେ ଦିନେ,

ଠକି ଯିବ ନାହିଁ ଚାଲି ,

ରହୁଚି ଏଠି କହୁଥିଲେ କହୁଥିବି,

ରାତି ସରିଯିବ କଥା ସରିବନି ମୋର,

ରହିଲି ପ୍ରିୟା ତୁମ ଅପେକ୍ଷା ରେ ,

କରିବନି କଥା ଦେଇ ପର,

ତୁମ ଅପେକ୍ଷା ରେ ପ୍ରିୟା ସଞ୍ଜ ବତୀ ପରି ଜଳୁଥିବି,

ଲିଭିବା ଆଗରୁ ଆସିବ ଥର ଟେ ପ୍ରିୟା ତୁମ ବାଟ ଚାହିଥିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance