Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Abstract Drama Inspirational

3  

Samar Ballav Bhoi

Abstract Drama Inspirational

ମୁଁ ତ ରାଜା

ମୁଁ ତ ରାଜା

1 min
196


ମୁଁହରେ ହଁ ମିଶାଇ

ଭୁଲ୍ ଠିକ୍ ର ଉତ୍ତର ଦିଏ

ଭଲ ଲାଗିଲା ତ ଭଲ କଥା

ଖରାପ ହେଲେ ଦୋଷ ଲଦି ଦିଏ 

ଆଉ କାହା ମୁଣ୍ଡରେ

ମୁଁ ତ ମୋ ମନରେ ରାଜା ।


କାହା କେଶ୍ ପାଇଁ ସାକ୍ଷୀ 

ସତ କଥା କହିଲେ ଅସୁବିଧା

ମିଛ କହି ପୁରସ୍କୃତ ହେବା

କିଏ କ'ଣ ଭାବିବେ ଭାବନ୍ତୁ

ମୋର କ'ଣ ଯାଏ 

ମୁଁ ତ ମୋ ଇଛାରେ ରାଜା ।


ତମ ଭାବରେ ମୁଁ 

ତମ ଭାବନାରେ ମୁଁ 

ତୁମ ପ୍ରତୀକ୍ଷାରେ ମୁଁ

ମୁଁ କିନ୍ତୁ ଥାଏ ଅଭିନୟରେ

ନିଜର ହେବାକୁ ଚାହୁଁଛି

ହେଲେ ହେବି କି ନାହିଁ 

ମୁଁ ତ ଜାଣି ବି ଅଜଣା

ସିଏ ଜିତିବା ମୋର ବା କ'ଣ

ମୁଁ ତ ଭାବନାର ରାଜା ।


ଲୋଭ ଲାଳସା ମୋହ 

ବୁଢ଼ୀ ଆଣି ଜାଲ ପରି

ଜାଣି ବି ଫସିଯାଏ ଭିତରେ

ଲୋଭରେ କରିବାକୁ ଦୁର୍ନୀତି

ମନ ହୁଏ ଅଧିର ରୁ ଅଧିକ

ମନରେ ଥାଏ ଲାଳସା

ରାତାରାତି ହେବାକୁ ଧନୀ 

ମୁଁ ତ ମନରେ ହୁଏ ରାଜା ।


ଅନ୍ୟର ମନେ ଦୁଃଖ ଦେବା

କଥା ଦେଇ ଅବାଟେ ଚାଲିବା

ପ୍ରତିଶ୍ରୁତି ରେ ପ୍ରତାରଣା 

ଥିଲା ବାଲା ର ଜହ୍ନ ରାତି

ମୁଁହଁରେ ସରଳ ତରଳ କଥା

ଉପକାର ରୁ ବହୁ ଦୁରେ 

ନିଜ ଇଚ୍ଛାରେ ପକ୍ଷପାତ

କାହିଁକି ନା

ମୁଁ ତ ମୋ ମନେ ରାଜା। ।


Rate this content
Log in