STORYMIRROR

Sunanda Mohanty

Abstract Drama Tragedy

3  

Sunanda Mohanty

Abstract Drama Tragedy

ଛଳନା

ଛଳନା

1 min
177

ଛଳନା ଏକ ପ୍ରତାରଣା 

ମିଛ ପ୍ରତିଶ୍ରୁତି 

ପ୍ରେମରେ ଛଳନା ଥିଲେ 

ଭାଙ୍ଗିଯାଏ ମନ ପ୍ରାଣ ତିନ୍ତି 

ଛଳନା ର ଜଉଘରେ 

ପାହାଡ଼ ତୋଳନ୍ତି 

ଫସିଯାଏ ଯେ କେହି 

ଜୀବନର ମାନେ ଜାଣିନଥାନ୍ତି 

ଭଲପାଇବାରେ ଛଳନା ଥିଲେ 

ଭାଙ୍ଗିଯାଏ ମନ ଦିଆନିଆ ପ୍ରୀତି 

ଛଳନା ଛପର ଘରେ 

ବିତେନାହିଁ କିବା ଦିନ କିବା ରାତି 

ଛଳନା ଅଟେ ପାଣିର ଗାର 

ମାଟି ସିଲଟ ଜାଣନ୍ତି 

ଅଢ଼େଇ ଦିନର ବଡେଇ ଭିତରେ 

ଛଳନା କରେ ରାଜୁତି 

ଘର ବର ମନ ମୁନ ଚୈତନ୍ୟ ଉଜୁଡେ 

ଛଳନାରେ ଥିଲେ ଭକ୍ତି ପ୍ରୀତି ଓ ମୈତ୍ରୀ 

ଛଳନା ଦୁରେଇ ଦେଖ ସିଧା ହୋଇ 

ଭଲପାଇବାର ଶାଶ୍ୱତ ବତୀ 

ଦେଖାଏ ଜାଗାଏ ଚିରନ୍ତନ ସତ୍ୟ 

କହି ଓଁ ଶାନ୍ତି ଶୁଭ ଶାନ୍ତି 

ଛଳନା କପଟ କବାଟ ଖୋଲନା 

ମଣିଷ ବୁଦ୍ଧିମାନ ଜାତି 

ଛଳନା ଛନ୍ଦ କୁ ମନ୍ଦ ବୋଲି କହି 

ଦୁରେଇ ରୁହ, ଆଣି ଜାଗୃତି 

ରାମରାଜ୍ୟ ଆସିବାକୁ ଡ଼େରିନାହିଁ 

ଛଳନା କୁ ତଡି କତି ।


Rate this content
Log in

Similar oriya poem from Abstract