ଆଲୋ ପଖାଳ ଭାତ ହୁଏନି ପ୍ରିୟ
ଆଲୋ ପଖାଳ ଭାତ ହୁଏନି ପ୍ରିୟ
ଆଲୋ ପଖାଳ ଭାତ ଏଠି ହୁଏନି ପ୍ରିୟ ,
ଅନ୍ନ ଲାଗେନି ମଧୁର ଏ ତ ନିଆଁ ଲଗା କଥାଟା ତ ସତ୍ୟ ,
ବିରିଆନି ଏଠି ହଉଛି ମାଉଁସେ ସିଜା ଭାତ ବେଶୀ ପ୍ରିୟ ,
ଆମେ ସବୁ ନିଆଁ ଲଗା ମର୍ଡନ ବା ମାତୃଭାଷା ଲାଗେ ପିତା ଭାରି ଅପ୍ରିୟ ।। ୧
ଗୋମାତା ରଖିଲେ ଲାଗିଲା ପୁଣି ୟାକୁ ସବୁ ଲାଜ ,
ଗରିବ ନୁହେଁ ଯେ ମୁଁ ଗାଈ ପାଳିବି କୁକୁର ଯେ
ବଡ଼ ଲୋକିଆ ଷ୍ଟ।ଟସ ମୋ କଥା ତମେ ବୁଝ ,
ବିଦେଶୀ କୁକୁର ପାଇଁ ଶୀତତାପ ପବନ ଘର ଯେ କରିଛି ମୁଁ ସଜ ,
ତା ପାଇଁ ତୁଳା ଗଦି ତକିଆ ହୋଇଛି ସଜ ।। ୨
ଗୋବର କହିଲେ ନାକ ଟେକି କୁହେ ଫୁଲେଇ ରାଣୀ ଏହେ ଛି ଛି ଗନ୍ଧ ଇନଫେକସନ ହେବ ଯେ ,
ଅଳ ପେଇଶିଆ ମାନେ କୁକୁର ଘୁଅ ଚନ୍ଦନଠୁ ବଳି ଘର ଦେହେ ବୋଳିବେ ,
ପ୍ରଣାମ ନମସ୍କାର ପୁରୁଣା କାଳିଆ କହିଲେ କୋଉ ଯୁଗର ତୁମେ ଯେ ,
ଧିକ ତମକୁ ହାଇ ହେଲୁ କହେ ଷ୍ଟେଟସ ଉଚ୍ଚା କରିବାକୁ ସେ ।। ୩
ମାତୃଭାଷା କହିବାକୁ ଲାଜ ତାକୁ ଲାଗେ ,
ବିଦେଶୀ ଭାଷା ଜନ୍ମରୁ ପଢେ କି ସରାଗେ ,
ପିତା ମାତା ଏଠି ଶିଖାନ୍ତିନି ନିଜ ମାଆ ଭାଷା ଲାଜ ବାଟ ଉଗାଳୀ ଜଗେ ,
ବାପା ବୋଉ ନୁହେଁ ମମି ଡାଡି ଶୁଣିବାକୁ ଖୁସି ଲାଗେ
।। ୪
ପରମ୍ପରା ସେ କାଂହୁ ଜାଣିବେ କିଏ ବା ଜଣେଇଲେ ,
ମଣ୍ଡା କାକରା ତ ମମି କରେନି ମୋମୋ ପିଯା ସଦା ବଢେଇଲେ ,
ଚୁଡା କଦଳୀ ଗୁଡ଼ ସରଦା ନୁଡୁଲ ସୂତା ରୁ କି ପାଇଲେ ,
ଓଷା ବ୍ରତ ଉପବାସ ପୁରୁଣା କାଳିଆ ବୋଲି ତାଙ୍କୁ ଜଣେଇଲେ ।। ୫
ମା କୋଳ ତ ଧାୟି ମା ଠୁ ଭଡାରେ ଆଣିଲେ ,
ଛୁଆ ଧୂଳିଖେଳ ଭୁଲି ବୋଡିଙ୍ଗ ସ୍କୁଲରେ ବହି ବସ୍ତାନୀ ବୁହାଇଲେ ,
ଟଙ୍କା ରୋଜଗାର ଯନ୍ତ୍ର ହୋଇ ସ୍ନେହ ମମତା ହରାଇଲେ ,
ବୋଝ ଭାବି ମାକୁ ବୃଦ୍ଧାଶ୍ରମରେ ଛାଡିଦେଲେ ।। ୬
ଏବେ ବି ନେଡି ଗୁଡ଼ ବୋହିନୀ ,
ଆମ ପରମ୍ପରା ସଂସ୍କୃତିକୁ ହଜାଅନି ,
ଏମିତି ମିଠା ଅଛି ଏଠି ପାଶ୍ଚାତ୍ୟବାସୀ ତାକୁ ଆପଣେଇଲେଣି ,
ସମ୍ମାନ ପାଶ୍ଚାତ୍ୟ ବାସୀ ସନାତନ ସଂସ୍କୃତିକୁ କେତେ ଦେଲେଣି ।। ୭