Ramesh takri

Drama Others

3  

Ramesh takri

Drama Others

ଚଳଚିତ୍ର

ଚଳଚିତ୍ର

1 min
231


ଏହି ଦୁନିଆରେ   ସମସ୍ତଙ୍କ ପ୍ରିୟ

    ଦୃଶ୍ଯମାନ ଚଳଚିତ୍ର

କେତେ ରଙ୍ଗ ରୂପ   ବେଶ ବି ଅନେକ

    ଭିନ୍ନ ଭିନ୍ନର ଚରିତ୍ର ।


ସୁଖ ଦୁଃଖ ଭରା   ନୟନ ପସରା

    ଦୃଶ୍ଯ ଅଟଇ ବିଚିତ୍ର

ନୀରସା ମନକୁ  ସରସତା କରେ

    ଦୁନିଆରେ ଚଳଚିତ୍ର ।


ନୀତି ଅନୀତିର,  ଧର୍ମ ଅଧର୍ମର

    ହୁଏ ଜୟ ପରାଜୟ

ଅଭିନେତା ଅବା   ଅଭିନେତ୍ରୀ ହୋଇ

    କରିଥାନ୍ତି ଅଭିନୟ ।


ସଙ୍ଗୀତ ନୃତ୍ଯ ଓ   କାହାଣୀକୁ ନେଇ

    ଚଳଚିତ୍ର ସୃଷ୍ଟି ହୁଏ

ଭିନ୍ନ ଭିନ୍ନ ସବୁ   ଚରିତ୍ରକୁ ନେଇ

    ଅଭିନୟ କରାଯାଏ ।


ଆଧୁନିକ ଯୁଗ   ଦେଇଛି ସୁଯୋଗ

    ଚଳଚିତ୍ରର ଦର୍ଶନ

ପ୍ରତି ଘରେ ଘରେ   ଟି ଭି ପରଦାରେ

    ହୁଅଇ ମନୋରଞ୍ଜନ ।


ଆଖିରେ ଓଠରେ   ଆଣେ ଲୁହ,ହସ

    କେତେବେଳେ ମନେ ରାଗ

ଭାବପ୍ରବଣ ଓ.  ଉତ୍କଣ୍ଠା ଆବେଗେ

    କରିଥାନ୍ତି ଉପଭୋଗ ।


Rate this content
Log in

Similar oriya poem from Drama