Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Drama

3  

Prabhati Mahapatra

Drama

ଘେନ ମୋ ପ୍ରଣତି

ଘେନ ମୋ ପ୍ରଣତି

1 min
247



ହେ ! ମା ତୋର ଚରଣେ ଶରଣ

ହୃଦୟର ପୀଡ଼ା ହାରିଣୀ

ଘେନ ମୋର ଭକ୍ତି ପୁତ ପୁଷ୍ପାଞ୍ଜଳି ।

ଅଗଣିତ ଜନ ଜୀବଙ୍କର ରକ୍ଷାକାରିଣୀ

ସକଳ ପ୍ରାଣୀଙ୍କର ଆପ୍ତକାମ ସଫଳ

କର ମା ଦୁଷ୍ଟନାଶିନୀ ।

ସନ୍ତାପ ଅର୍ଣ୍ଣବରୁ ତୋର ଭକ୍ତକୁ

ଉଦ୍ଧାରି ସୁଖ ପ୍ରଦାନ କର ।

ଦୁଶ୍ଚିନ୍ତା ଉର୍ଣ୍ଣନାଭ ଚକ୍ରାନ୍ତରୁ

ମୁକ୍ତି ମାଗେ ମା

ହେ ! ମା ଈଶ୍ଵରୀ ଘେନ ମୋର ନିବେଦନ

ଶୋକାକୁଳ ହୃଦୟରୁ ଆହ୍ୱାନ କରୁଛି ।

ନିଷ୍ଠୁର ହୁଅନା ଗୋ

ଉତ୍ପୀଡକ ନାଶି ତୋର ଉଦ୍ଦୀପନା

ପରିପ୍ରକାଶ ହେଉ ।

ତୋର ମନୋରମ ପାର୍ବଣ ଉତ୍ସବ ମୁଖର

ଶାନ୍ତି ପ୍ରଦାୟିନୀ ମା

ମୁଁ ତୋର ଅବୋଧ ସନ୍ତାନ

ମୋର ଦୋଷ କ୍ଷମା କରି ବାଂଛା ପୂର୍ଣ୍ଣକର ।

ତୋର ଅଦଭ୍ର ଅଦମ୍ୟ ଶକ୍ତି ସମ୍ମୁଖରେ

ଶୁମ୍ଭ ନିଶୁମ୍ଭ ସଙ୍ଗେ ପ୍ରତାପଶାଳୀ 

ମହିଷାସୁର ଧରାଶାୟୀ, 

ତ୍ରିଭୂବନ ତୋର ଚରଣ ପୂଜେ

ଏ ପ୍ରଭାତୀର ଭକ୍ତିରେ କି, ମା 

ତୁ ସନ୍ତୁଷ୍ଟ ହେବୁ ?

ମୁଁ ତ ନିଃସ୍ବ ଦରିଦ୍ର 

ମୋର ପ୍ରାଣ ପକ୍ଷୀ ଘନ ଅଟବୀ

ଗିରି ତଟିନୀ ଘୁରି ବୁଲୁଛି 

କେବଳ ତୋର ଦର୍ଶନ ଲାଳାସା ପାଇଁ ,

ତୁ ମୋର ଶକ୍ତି ମୁକ୍ତିର କାରକ

ଏତିକି କାମନା ପୁରଣ କରେ ମା,

ମୋର ଧନ ଜନ ପ୍ରୟୋଜନ ନାହିଁ 

ତୋ ପାଦେ ମୋର କୋଟି ଜୁହାର ।।



Rate this content
Log in

Similar oriya poem from Drama