STORYMIRROR

Prabhati Mahapatra

Drama

3  

Prabhati Mahapatra

Drama

ଘେନ ମୋ ପ୍ରଣତି

ଘେନ ମୋ ପ୍ରଣତି

1 min
254


ହେ ! ମା ତୋର ଚରଣେ ଶରଣ

ହୃଦୟର ପୀଡ଼ା ହାରିଣୀ

ଘେନ ମୋର ଭକ୍ତି ପୁତ ପୁଷ୍ପାଞ୍ଜଳି ।

ଅଗଣିତ ଜନ ଜୀବଙ୍କର ରକ୍ଷାକାରିଣୀ

ସକଳ ପ୍ରାଣୀଙ୍କର ଆପ୍ତକାମ ସଫଳ

କର ମା ଦୁଷ୍ଟନାଶିନୀ ।

ସନ୍ତାପ ଅର୍ଣ୍ଣବରୁ ତୋର ଭକ୍ତକୁ

ଉଦ୍ଧାରି ସୁଖ ପ୍ରଦାନ କର ।

ଦୁଶ୍ଚିନ୍ତା ଉର୍ଣ୍ଣନାଭ ଚକ୍ରାନ୍ତରୁ

ମୁକ୍ତି ମାଗେ ମା

ହେ ! ମା ଈଶ୍ଵରୀ ଘେନ ମୋର ନିବେଦନ

ଶୋକାକୁଳ ହୃଦୟରୁ ଆହ୍ୱାନ କରୁଛି ।

ନିଷ୍ଠୁର ହୁଅନା ଗୋ

ଉତ୍ପୀଡକ ନାଶି ତୋର ଉଦ୍ଦୀପନା

ପରିପ୍ରକାଶ ହେଉ ।

ତୋର ମନୋରମ ପାର୍ବଣ ଉତ୍ସବ ମୁଖର

ଶାନ୍ତି ପ୍ରଦାୟିନୀ ମା

ମୁଁ ତୋର ଅବୋଧ ସନ୍ତାନ

ମୋର ଦୋଷ କ୍ଷମା କରି ବାଂଛା ପୂର୍ଣ୍ଣକର ।

ତୋର ଅଦଭ୍ର ଅଦମ୍ୟ ଶକ୍ତି ସମ୍ମୁଖରେ

ଶୁମ୍ଭ ନିଶୁମ୍ଭ ସଙ୍ଗେ ପ୍ରତାପଶାଳୀ 

ମହିଷାସୁର ଧରାଶାୟୀ, 

ତ୍ରିଭୂବନ ତୋର ଚରଣ ପୂଜେ

ଏ ପ୍ରଭାତୀର ଭକ୍ତିରେ କି, ମା 

ତୁ ସନ୍ତୁଷ୍ଟ ହେବୁ ?

ମୁଁ ତ ନିଃସ୍ବ ଦରିଦ୍ର 

ମୋର ପ୍ରାଣ ପକ୍ଷୀ ଘନ ଅଟବୀ

ଗିରି ତଟିନୀ ଘୁରି ବୁଲୁଛି 

କେବଳ ତୋର ଦର୍ଶନ ଲାଳାସା ପାଇଁ ,

ତୁ ମୋର ଶକ୍ତି ମୁକ୍ତିର କାରକ

ଏତିକି କାମନା ପୁରଣ କରେ ମା,

ମୋର ଧନ ଜନ ପ୍ରୟୋଜନ ନାହିଁ 

ତୋ ପାଦେ ମୋର କୋଟି ଜୁହାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama