Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Drama

3  

Ajit Kumar Raut

Drama

ସତ୍ୟନାରାୟଣ ପୂଜା

ସତ୍ୟନାରାୟଣ ପୂଜା

1 min
175



ଗୁରୁବାର ଦିନ ନାରାୟଣ ପୂଜା

ମଙ୍ଗଳ ଗୃହରେ ଯହିଁ

ସତ୍ୟନାରାୟଣ ସତ୍ୟର ପ୍ରତିକ

ତାଙ୍କୁ ବିନୁ କିଛି ନାହିଁ ।


ଶୁଭ ଫଳଦାୟୀ ନାରାୟଣ ପୂଜା

କୃଷ୍ଣ ବିଷ୍ଣୁ ରୂପ ସେହୁ,

ଶ୍ରୀଚରଣେ ତାଙ୍କ ସମର୍ପଣ ଭାବ

ପୂଜା ନାରାୟଣ ଏହୁ ।


ଏକ ମାତ୍ର ସତ୍ୟ ସେହୁ ଦୁନିଆରେ 

ସବୁତ ତାଙ୍କ ଭିଆଣ,

ତାଙ୍କ ପୂଜାର୍ଚ୍ଚନା ମନୁଷ୍ୟ କର୍ତ୍ତବ୍ୟ

ସେହୁତ ଜଗ ତାରଣ ।


ପୂଜାର ତାତ୍ପର୍ଯ୍ୟ ଗୃହର ମଙ୍ଗଳ

ରାଷ୍ଟ୍ରର କଲ୍ୟାଣ ତହିଁ,

ପୂଜା ହିଁ ଜୀବନେ ସତ୍ୟନାରାୟଣ

ମାନବୀ କର୍ତ୍ତବ୍ୟ ଯହିଁ ।


ପ୍ରେମ ଭକ୍ତି ଶ୍ରଦ୍ଧା ନୈବେଦ୍ୟେ ଦେଇଣ

ହୁଏ ନାରାୟଣ ପୂଜା

ଆୟୋଜିତ ହୁଏ ଗୃହରେ ଟି ତାହା

କରେ ପୁରୋହିତ ପୂଜା ।


ଶଙ୍ଖ ହୁଳହୁଳି ଶବ୍ଦ ଗୁଞ୍ଜି ଉଠେ

ହରିବୋଲ ନାମ ଡାକ,

ନାରାୟଣ ନାମ ଗୁଞ୍ଜୁ ଥାଏ ତହିଁ

ପ୍ରେମ ଭକ୍ତି ଶ୍ରଦ୍ଧା ଡାକ ।


ସନାତନୀ ଧର୍ମେ ନାରାୟଣ ପୂଜା

ସତ୍ୟର ପୂଜା ଟି ଏହୁ,

ଏ ପୂଜା କରିଲେ ବିଘ୍ନବାଧା ସବୁ

ଦୂର ହୋଇ ଯାଏ ସବୁ ।


ସତ୍ୟନାରାୟଣ ଦୟାର ସାଗର

ଦୟା କରନ୍ତି ଟି ସେହୁ,

ବିଘ୍ନବାଧା ଦୂର ହୋଇ ଯାଏ

ମଙ୍ଗଳ କରନ୍ତି ସବୁ ।


କୃପାସିନ୍ଧୁ ସେହୁ କୃପା ହିଁ କରନ୍ତି

ଦୂର କରନ୍ତି ବିପଦ,

ଲକ୍ଷ୍ମୀପୂର୍ଣ୍ଣା ହୁଏ ଗୃହସ୍ତ ତାଙ୍କର

ନ ଆସେ ପୁଣି ଆପଦ ।


ଗୁରୁବାର ଦିନ ନାରାୟଣ ପୂଜା

ମଙ୍ଗଳ ଗୃହରେ ଯହିଁ,

ସତ୍ୟନାରାୟଣ ସତ୍ୟର ପ୍ରତିକ

ତାଙ୍କ ବିନୁ କିଛି ନାହିଁ ।


Rate this content
Log in

Similar oriya poem from Drama