ଭଗବତ୍ ପ୍ରାପ୍ତି
ଭଗବତ୍ ପ୍ରାପ୍ତି
ତ୍ୟାଗ ଦ୍ୱାରା ହୁଏ ଭଗବତ୍ ପ୍ରାପ୍ତି
ଗୃହ ଆଶ୍ରମରେ ରହି,
ତ୍ୟାଗ ହିଁ ଟି ଅଟେ ମୁଖ୍ୟ ତା ସାଧନା
ତ୍ୟାଗରେ ଜଡ଼ିତ ସେହି।୧।
ବ୍ୟଭିଚାର ମିଥ୍ୟା ଛଳ କପଟକୁ
ଯେଉଁ ଜନ ତ୍ୟାଗ କରେ
ହିଂସା ଜବରଦସ୍ତି ନୀଚ କର୍ମ ଭାବି
ତ୍ୟାଗ ସେହୁ ସଦା କରେ।୨।
ଅତି ପ୍ରିୟ ବସ୍ତୁ ସ୍ତ୍ରୀ ପୁତ୍ର ଓ ଧନ
ସଙ୍କଟ ରୋଗାଦି ପାଇଁ,
ଯଜ୍ଞ ଦାନ ତପ ନାହିଁ ଉପାସନା
ମନ୍ତ୍ରଟି ତ୍ୟାଗର ପାଇଁ।୩।
ଅନିତ୍ୟ ପଦାର୍ଥ ଅନିତ୍ୟ ଧନାଦି
ଇଚ୍ଛା ନାହିଁ ଯେଉଁ ଜନେ,
ପ୍ରତିଷ୍ଠାର ପାଇଁ ନାହିଁ ଅଭିଳାଷ
ପ୍ରଭୁ ଭକ୍ତି ରଖେ ମନେ।୪।
ନାହିଁ ସ୍ୱାର୍ଥ ତାର କୌଣସି ପଦାର୍ଥେ
ପ୍ରଭୁ ପଦେ ସଦା ଧ୍ୟାନ,
ସ୍ୱାର୍ଥ ସିଦ୍ଧି ପାଇଁ ନ କରେ ନାଟକ
ଭଗବତ୍ ପ୍ରାପ୍ତି ଧ୍ୟାନ।୫।
କର୍ତ୍ତବ୍ୟ କର୍ମରେ ଆଳସ୍ୟ ତ୍ୟାଗଟି
ପ୍ରଭୁ ପ୍ରାପ୍ତି ଅଟେ ମନ୍ତ୍ର,
ଈଶ୍ୱରଙ୍କ ଭକ୍ତି ଦେବ ପୂଜା ଆଦି
ଆଳସ୍ୟ ତ୍ୟାଗଟି ମନ୍ତ୍ର।୬।
ଗୁରୁଜନ ସେବା ଯଜ୍ଞ ଦାନ ତପ
ଆଳସ୍ୟର ନାହିଁ ସ୍ଥାନ,
ଆହାର ବିହାର କର୍ତ୍ତବ୍ୟ କର୍ମରେ
କାମନା ତ୍ୟାଗର ସ୍ଥାନ।୭।
ଈଶ୍ୱର ଭକ୍ତିରେ ଆଳସ୍ୟର ତ୍ୟାଗ
ନିଃସ୍ୱାର୍ଥର ଭକ୍ତି ତହିଁ,
କାମନାର ତ୍ୟାଗ ଈଶ୍ୱର ଭକ୍ତିରେ
ଈଶ୍ୱରଙ୍କ ପ୍ରାପ୍ତି ଯହିଁ।୮।
କ୍ଷଣଭଙ୍ଗୁର ଅଟେ ଇହଲୋକ ଭୋଗ
ପରଲୋକ ଭୋଗ ସବୁ,
ନାଶବାନ୍ ଅଟେ ଏହି ଭୋଗ ପୁଣି
ତ୍ୟାଗ କରୁ ଥାଏ ସବୁ।୯।
ତ୍ୟାଗ ଦ୍ୱାରା ହୁଏ ଭଗବତ୍ ପ୍ରାପ୍ତି
ଗୃହ ଆଶ୍ରମରେ ରହି,
ତ୍ୟାଗ ହିଁ ଟି ଅଟେ ମୁଖ୍ୟ ତା ସାଧନା
ତ୍ୟାଗରେ ଜଡ଼ିତ ସେହି।୧୦।
