STORYMIRROR

Sarita Rani Mohanty

Drama

3  

Sarita Rani Mohanty

Drama

ମୁଁ ତୁମ ନାୟିକା

ମୁଁ ତୁମ ନାୟିକା

1 min
12.3K


ମୁଁ ତୁମ ନାୟିକା ତୁମେ ମୋ ନାୟକ

  ସାଥୀ ତ ଜନ୍ମ ଜନ୍ମ ର

ନୟନ ବୁଝିଲେ ହୁଏ ତ ନିଜର

  ଆଖି ଖୋଲି ଦେଲେ ପର।


ସାକ୍ଷୀ ଗ୍ରାମ ଦେବୀ ସାକ୍ଷୀ ହୋମ ବେଦୀ

   ସାକ୍ଷୀ ତ ଅଗ୍ନି ଦେବତା

ସାକ୍ଷୀ ଥିଲେ ପୁଣି ଘର ପରିବାର

   ଛିଣ୍ଡିଲା ସମ୍ପର୍କ ଫିତା।


ସାକ୍ଷୀ ପୂର୍ଣ୍ଣ କୁମ୍ଭ ସାକ୍ଷୀ ଜଳ ଦେବ

    ସାକ୍ଷୀ ଦଶ ଦିଗପାଳ

ସାକ୍ଷୀ ବେଦ ମନ୍ତ୍ର ସାକ୍ଷୀ ପ୍ରଜାପତି

    ଦୁଇ ମନ ହେଲା ମେଳ।


ସାକ୍ଷୀ ତ ରଜନୀ ସାକ୍ଷୀ ସେଇ ଦୀପ

     ସାକ୍ଷୀ କୀଟ ବ୍ରହ୍ମ ଯାଏ

ସାତ ଫେ ରା ନେଇ ସାତ ଜନମକୁ

   ବନ୍ଧନରେ ବାନ୍ଧି ଦିଏ।


ନୀରବ ହୋଇଲେ ସଭିଏଁ ମୋ ପାଇଁ

   ବନ୍ଧନ ଯେବେ ଛିଡ଼ିଲା

ସତେ ଚକ୍ର ବ୍ୟୁହ ମୋ ପାଇଁ ରଚିଲ

   ଭାବି ବଟା ସାର ହେଲା।


ଦଶ ଦୋଷ କ୍ଷମା ମାଗି ନିଏ ବାପା

   ଝିଅର ଜୀବନ ପାଇଁ

କେଉଁ ଦୋଷ ଅବା କ୍ଷମା ମୋ ନ ଥିଲା

    ପ୍ରତିଜ୍ଞା ଟି ଗଲ ନେଇ।


ଝିଅ ବିଦା ଦେଇ ମାଆ ବାହୁନିଲା

   ମୋ ଝିଅ ଦାୟିତ୍ଵ ନେବ

କଥା ଦେଇଥିଲ ମୋ ବାପା ମାଆଙ୍କୁ

   କେବେ ଭୁଲ ନ ହୋଇବ।


ମାନ ଅଭିମାନ ଯେତେ ରାଗ ରୋଷ

     ମୋ ପରେ ସତେ ଲଦିଲ

କଥା ଦେଇ କଥା ରଖି ନାହଁ କାହିଁ

     ଦୋଷ ମୋର ନ କହିଲ।


ଦୋଷ ନ କରି ବି ସୀତା ମାତା ଆମ

     ପାଇଲେ କେତେ କଷଣ

ମାଆ ସିନା ତାଙ୍କୁ ନେଲା ତୋ କୋଳେଇ

     ମୁଁ ପାଇଲି କଷଣ।


ସାବିତ୍ରୀ ପରି ମୁଁ ହୋଇ ନ ପାରିଲି

     ରକ୍ଷା କବଚ ହଜିଲା

ନେଲା ଯମ ରାଜା ମୋ ଶଙ୍ଖା ସିନ୍ଦୂର

    ବିହୀ ମୋ ବାମ ହୋଇଲା।


ନା ରହିଲେ ସାକ୍ଷୀ ଦୁଃଖ ଦେଖେ ଆଖି

      ନାୟକ ଅଦୃଶ୍ୟ ଆଜି

ଅପେକ୍ଷା କରିଛି ଶେଷ ଜୀବନକୁ

     କେ ଦିନ ଯିବି ମୁଁ ହଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama