STORYMIRROR

Patitapaban Pani

Drama Inspirational Others

3  

Patitapaban Pani

Drama Inspirational Others

ହିସାବ ସମ୍ପର୍କର

ହିସାବ ସମ୍ପର୍କର

1 min
246

ଭିକାରିକୁ ଦେଖି ମୁଁହ ବୁଲେଇ ଫେରିଗଲା ପରେ 

ମନ୍ଦିରରୁ ଠାକୁର ଦର୍ଶନ କରି ଘରେ ଆସି ପହଁଚିଲା ପରେ 

ବେଳେବେଳେ ଲାଗେ ଅଟକି ଯାଅନ୍ତାକି ସୁଅ ଏ ସମୟର 

ହେଇଯାଆନ୍ତା ଗୋଟେ ହିସାବ ଏ ପାପ ଆଉ ପୁଣ୍ୟର 


ଶୂନଶାନ ଏ ମାଦକତା ଭରା ରାତି ପରେ 

ଆଖିରେ ନିଦ ଭରା ସେ ନିଦୁଆ ସକାଳ 

ବେଳେବେଳେ ଲାଗେ ଅଟକି ଯାଅନ୍ତାକି ସୁଅ ଏ ସମୟର

ହେଇଯାଆନ୍ତା ଗୋଟେ ହିସାବ ନିଦ୍ରା ଆଉ ଅନିଦ୍ରାର 


କିଏ ରଖିଛି ହିସାବ 

କେତେ କିଣିନେଲି, କେତେ ବିକିଦେଲି 

ବୟସର ଏ ବଢିଲା ହାଟରେ

କେତେ ହଜେଇଲି 

କେତେ ନିଜର କଲି 

ବେଳେବେଳେ ଲାଗେ ଅଟକି ଯାଅନ୍ତାକି ସୁଅ ଏ ସମୟର

ହେଇଯାଆନ୍ତା ଗୋଟେ ହିସାବ ସମ୍ପର୍କ ଯୋଡିବାର ଆଉ ସମ୍ପର୍କ ଭାଙ୍ଗିବାର ।


Rate this content
Log in

Similar oriya poem from Drama