STORYMIRROR

ବି. ନିରୁପମା

Drama

3  

ବି. ନିରୁପମା

Drama

ଦଶ ଦିଗପାଳ ସାକ୍ଷୀ

ଦଶ ଦିଗପାଳ ସାକ୍ଷୀ

1 min
256

କୁଳ ମର୍ଯ୍ୟାଦା ଓ ଅପବାଦ ଭୟେ

ଆଜି ମୁଁ ବିବଶ ହେଲି ,

ହୃଦ ଟୁକୁଡ଼ାକୁ ମଞ୍ଜୁଷାରେ ଭରି

ନଦୀ ଗର୍ଭେ ଦିଏ ଠେଲି ।


ମୋହ ଠାରୁ ବଳି ଦୁଃଖିନୀ କିଏ ସେ

ଏ ସଂସାରେ ଅଛି ଏବେ ,

ଏହି ଭଳି ଦିବ୍ୟ ସନ୍ତାନ ପ୍ରସବି

କୋଳେଇ ପାରିନି ଲବେ !!


ଜଡ଼ାଇ ଧରିକି ବୁକୁରେ ଟିକିଏ

ସୁଧା କରାଇନି ପାନ ,

ସନ୍ତାନଠୁ ବଳି ଲୋଡ଼ା ଯା' ପାଇଁକି

ଆପଣା କୁଳର ମାନ ।


ହେ ଧର୍ମ ଦେବତା ସାକ୍ଷୀ ଅଛ ତୁମେ

ଦଶ ଦିଗପାଳ ସାକ୍ଷୀ ,

ମୋ ଆତ୍ମଜ ଏହି ଦିବ୍ୟ ଶିଶୁଟିକୁ

ସକୁଶଳେ ଥିବ ରଖି ।


Rate this content
Log in

Similar oriya poem from Drama