Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banishree Upadhyaya

Drama

3  

Banishree Upadhyaya

Drama

ମାଆ

ମାଆ

1 min
11.9K


ମାଆଟି ମୋର ସରଗ ପରି 

ତା ପରି କେହି ନାହିଁ 

କୋଳଟି ତାର ସୁରକ୍ଷା ପୁର 

ସର୍ବ ବିପଦୁ ତ୍ରାହି ।


ମାଆ ର ଭାାଷ ମୋହରି ଭାଷା 

ଏହି ଦେହଟି ତାର 

କେତେ ଯତନ ରେ ଗଢି ଥିଲା ସେ 

ନାହିଁ ତାର ପଟାନ୍ତର।


ନ ଖାଇ ପି ସେ ମତେ ଖୁଆଏ 

ମୋର ସେ ପ୍ରିୟ ସାଙ୍ଗ 

ଆଜି ମୁଁ ଲକ୍ଷ୍ୟ ସ୍ଥଳ ରେ ଅଛି 

ତାର ପ୍ରେରଣା ତ୍ୟାଗ ।


ମୁହଁ ଟି ତାର ଦିଏ ସାହାସ 

ଆସିଲେ ଯେତେ ଝଡ 

ଅନ୍ଧାରେ ମୋତେ ଆଲୋକ ଦିିଏ

କାହାକୁ ଅବା ଡର ।


ତାହାର ହସ ଖେଳାଏ ଜାଦୁ 

ତା ପରଶ ନସାଇ ବିୟାଧି 

ସେତ ମୋର ପ୍ରଥମ ଗୁରୁ

ତାର ତୁଳନା ନାହିଁ ରେ ନାାହିଁ ।


ଭଗବାନ ଙ୍କ ଶ୍ରେଷ୍ଠ ଦାନ ସେ 

ମାଆ ଟି ମୋର ସାହା 

ତିଆଗ ସମର୍ପଣ ମୂରତି ମନ୍ତ ଦେବୀ ସେ

ଜୀବନେ ଦେଖାଏ ରାହା ସେ ।


ମହା ଲକ୍ଷ୍ମୀ ସେ ମା ସରସ୍ବତୀ 

ମାହେଶ୍ବରୀ ମହାକାଳୀ 

କଲିୟାଣ ମୟି ଜନନୀ ମୋର 

ଶହେ ଅଳି ଅର୍ଦ୍ଧଳି ।


ମୋର ପ୍ରାଣ ରସ 

ମୋ ପ୍ରେରଣା 

ମମତା ମୟିି ମାଆ 

କୋଟି ପ୍ରଣାମ ମାତୃ ଜାତିିକୁ 

ହୁଅନ୍ତୁ ପ୍ରଭୁ ସାହା ।।


Rate this content
Log in

Similar oriya poem from Drama