ଫୁଲ
ଫୁଲ
ବୃକ୍ଷର ଡାଲି ରେ ଫୁଲ ଫୁଟଇ
ବାସ ତାର ମହକଇ
ରଙ୍ଗ ରୁପ ଆଉ ବାସନା ଦେଉଛି
ଦୁନିଆକୁ କରୁଛି ଚହଟଇ ।
କମଳ ସୁନ୍ଦର ପାଖୁୁଡା ମଧ୍ୟ ରେ
ମଧୁ ସବୁ ଥାଏ ରହି
କାହିଁ କେେତ ଦୂୂୂର ପ୍ରରଜାପତି ଆସନ୍ତ
ଫୁଲ ର ସୁଗନ୍ଧ ପାାଇ ।
ରୁପ ଗୁଣ ବାସନା ପରିପୂର୍ଣ୍ଣ ଥାଏ
ଟିକି ଟିକି ଫୁଲ ଦେହେ
ପର କଲ୍ୟାଣ ରେ ଉପସର୍ଗ କରଇ
ନିଜ ପାଇଁ ତାହା ନୁୁହେଁ ।
ଆୟୁସ କେବଳ କ୍ଷେଣିିିକ ସମୟ
ଅସୀମ ତାହାର ଦାନ
ସକଳ ଙ୍କ ପାଇଁ ଖୁସି ବାାଣ୍ଟ ଦେଇ
ସୋନତଷ ଲୋଭଇ ମନ ।
ପ୍ରଭୁ ଦରବାରେ ପ୍ରତି ଶୁଭ କାର୍ଯ୍ୟ ରେ
ଆଦର ରେ ପାଏ ସ୍ଥାନ
କରିିିଦଅ ମତେ ଫୁଲ ସମାନ
ପର ହିତେ ଦେବି ମନ ।।