STORYMIRROR

PURUSOTTAM NAYAK

Abstract Drama Tragedy

3  

PURUSOTTAM NAYAK

Abstract Drama Tragedy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
11.5K

ଏ ଛାତିର ଯନ୍ତ୍ରଣା କୁ ମୁଁ କାହା ଆଗେ କହିବି,

କିଏ ବା ଅନୁଭବ କରିବ ଏ ହତାଶର ପ୍ରତିବିମ୍ବ କୁ ରାତିର କାକର ଟୋପା ଆଜି ମୋ ଲୁହରେ ଭଗାରି,

ଝି଼ଁକାରି ବି ଇର୍ଷା କରେ ମୁଁ କାନ୍ଦି ପାରେନି ଗୁମୁରି କଥାଦେଇ ଯଦି କେହି ତା,

କଥା ସେ ନରଖେ କେମିତି ଏ ସରଳ ଆଖି ,

ସେ ସ୍ଵପ୍ନରେ ଯେ ଭାଷେ?

ବିଦଗ୍ଧ ସ୍ମୃତିରେ ଆଜି ମୋ ହୃଦୟ ବିଧବା ସ୍ଵପ୍ନ ଦେଖିଥିବା ମୁଁ ଜଣେ ନିଆରା ଅଭାଗା ହଜାର ଏକାନ୍ତ ସମୀକ୍ଷା ରେ ପାଉନି ଉତ୍ତର କି,

କାରଣେ, ମୋ ହାତଛାଡି କଲ ସାତପର ଛଳନାରେ ମୋ ଡେଣା କାଟି ତୁମେ ଚାଲିଗଲ ନିଇତି ଝୁରି ମରୁଛି ମୁଁ ହୋଇ କଲବଲ ତୁମେ ବି ଦେଇ ପାରିଥାନ୍ତ ଟିକିଏ ଜହର ଭୂତକୋଠୀ ର ଜୀବନକୁ ମିଳିଥାନ୍ତା ନିସ୍ତାର ଦରଜ ଆଜି ମୋର, 

ତାଳୁରୁ ତଳିପା ଗବାକ୍ଷରେ ଦିଶେ ସେଇ ନିସଙ୍ଗ ଇଲାକା ହାତଧରି ଚାଲିବାକୁ,

ତୁମେ ହୋଇଥିଲ ସାଥି ଶିଖାଇ ଦିଅ ଆସି, କେମିତି ?    

ବିତିବ ଏଇ ଦିନରାତି ତଥାପି ଏ ଆଖି କାହିଁ, କରେ     

ତୁମ ଆଖିକୁ ଭରଷା କଣ୍ଠରୁଦ୍ଧ ହୋଇଯାଏ  ନାହିଁ

ମୋର ଭାଷା ଜୀଅନ୍ତା ଶବ ପରି ବଞ୍ଚିଛି   

 ମୁଁ ଏଇ ଦୁନିଆରେ ଅବୁଝା ଏ ମନ ଝୁରେ   

 ତୁମେ ଗଲାପରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract