STORYMIRROR

PURUSOTTAM NAYAK

Others

4  

PURUSOTTAM NAYAK

Others

ହେ ଚକ୍ରଧର

ହେ ଚକ୍ରଧର

1 min
296


ତୁମେ ପ୍ରଭୁ କି 

    ସେଇ ଠାକୁର

 ଦୁଃଖ ଶୁଣେ ଯିଏ 

       ସବୁ ଦୁଃଖିର

ପଡିଗଲେ ଦୁଃଖେ ଦୁଃଖି

        ରଖ ତୁମେ ଚକାଆଖି

ମୋ ପାଇଁ କିମ୍ପା 

      ଆଜି ଏତେ ନିଷ୍ଠୁର

ହେ ଚକ୍ରଧର,ହେ ଚକ୍ରଧର ।


ତୁମେ ଅଧିକାରୀ ପ୍ରଭୁ 

        ଅନନ୍ତ ଶକ୍ତିର 

 କି ପାପ କରିଲି ପ୍ରଭୁ

      ହେଲି ବଇରୀ ତୁମର

ଜୟ ଜଗନ୍ନାଥ ରଖ

     ମୋ ସଂସାର ରଥ

ହୁଅ ନାହିଁ ତୁମେ ପ୍ରଭୁ 

      ଆଉ ପଥର

ହେ ଚକ୍ରଧର,ହେ ଚକ୍ରଧର ।


ଜନ୍ମ ଦେଇଛି ମାଆ

      କପାଳ ମୋ ତୁମ ହାତେ

ଯାହା ମୋ କପାଳେ ଦୁଃଖ

   ସହିବାକୁ, ଥାଅ ମୋ ସାଥେ

  ପାପି ପିଣ୍ଡ ଡାକେ 

      ଆଜି ମଣିମା, ମଣିମା

ଶାନ୍ତି ମୁକ୍ତି ଦେଇ ପ୍ରଭୁ

      କର ଉଦ୍ଧାର

ହେ ଚକ୍ରଧର, ହେ ଚକ୍ରଧର ।


ତୁମେ ପ୍ରଭୁ କି ସେଇ ଠାକୁର...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍