ହେ ଚକ୍ରଧର
ହେ ଚକ୍ରଧର
ତୁମେ ପ୍ରଭୁ କି
ସେଇ ଠାକୁର
ଦୁଃଖ ଶୁଣେ ଯିଏ
ସବୁ ଦୁଃଖିର
ପଡିଗଲେ ଦୁଃଖେ ଦୁଃଖି
ରଖ ତୁମେ ଚକାଆଖି
ମୋ ପାଇଁ କିମ୍ପା
ଆଜି ଏତେ ନିଷ୍ଠୁର
ହେ ଚକ୍ରଧର,ହେ ଚକ୍ରଧର ।
ତୁମେ ଅଧିକାରୀ ପ୍ରଭୁ
ଅନନ୍ତ ଶକ୍ତିର
କି ପାପ କରିଲି ପ୍ରଭୁ
ହେଲି ବଇରୀ ତୁମର
ଜୟ ଜଗନ୍ନାଥ ରଖ
ମୋ ସଂସାର ରଥ
ହୁଅ ନାହିଁ ତୁମେ ପ୍ରଭୁ
ଆଉ ପଥର
ହେ ଚକ୍ରଧର,ହେ ଚକ୍ରଧର ।
ଜନ୍ମ ଦେଇଛି ମାଆ
କପାଳ ମୋ ତୁମ ହାତେ
ଯାହା ମୋ କପାଳେ ଦୁଃଖ
ସହିବାକୁ, ଥାଅ ମୋ ସାଥେ
ପାପି ପିଣ୍ଡ ଡାକେ
ଆଜି ମଣିମା, ମଣିମା
ଶାନ୍ତି ମୁକ୍ତି ଦେଇ ପ୍ରଭୁ
କର ଉଦ୍ଧାର
ହେ ଚକ୍ରଧର, ହେ ଚକ୍ରଧର ।
ତୁମେ ପ୍ରଭୁ କି ସେଇ ଠାକୁର...
