STORYMIRROR

PURUSOTTAM NAYAK

Abstract

2  

PURUSOTTAM NAYAK

Abstract

କୁଳାଙ୍ଗାର

କୁଳାଙ୍ଗାର

1 min
118


କୁଳ ରକ୍ଷାପାଇଁ, ପୂଜିଥିଲା ମାଆ

        ଲକ୍ଷେ ଶିବ, ଓଷାବ୍ରତ

ଯୋଡ଼ିକର ବେନି,ଉପାସେ ଜନନୀ 

        ପ୍ରଣିପାତେ ମାଗେ ସୁତ


କୋଳକୁ ମୋହର ଦିଅ ହେ କୁମର

        ଆହେ ପ୍ରିୟ,ନାଥ,ପତି

ଦୁଃଖିନୀ ମାଆ ର, ଡାକରେ ଇଶ୍ଵର

        ମାନସିକ ପୂରି ଛନ୍ତି


ଦୁଃଖ କଷ୍ଟ ସହି , ସ୍ନେହଶ୍ରଦ୍ଧା ଦେଇ

       ପଣତରେ ବଢେ ପୁଅ 

ପେଟ ଭୋକ ଆଜି ପେଟରେ ମରୁଛି

       ସେ ପୁଅ ଦେଉଛି ଲୁହ


ବୃଦ୍ଧାମାଆ କେବେ, ହିସାବ ନ ରଖେ

        ପୁଅ ପାଇଁ ଉଜାଗର

ପାଊଣାରେ ପୁଅ ହିସାବ କରୁଛି

      ମାଆକୁ ଦେବା ଆହାର


 ଘରେ ମାଆପାଇଁ,ଜାଗା ଆଜି ନାହିଁ

        ପିଣ୍ଡାଟା ରେ କାଟେ ଦିନ

ଭୋକ ତ ଯାଇଛି, ଶୋଷ ବି ମରିଛି

         ବୁଝୁନି ମାଆର ମନ


ଆଖି ଦୁଇଟା ବି, କପଟ କରନ୍ତି

       ଦେବାକୁ ଟିକିଏ ଲୁହ

ପିଣ୍ଡରୁ ପ୍ରାଣଟା ନିଅ ହେ ଶ୍ରୀହରୀ

      ହୃଦୟରେ ଝରେ କୋହ


ମମତାର ମୂଲ ,ଶୁଝି କେ ପାରିବ?

      ସେବା,ଆଶ୍ରା ଟିକି ରେଣୁ

ମାଟି ବିଛଣାରେ, ସଭିଏଁ ଯିବାରେ

      ମାଆ କୁ ନ ଭୁଲ ମନୁ


ମାଆ ର ବାତ୍ସଲ୍ୟ,ପିୟୁଷ , ନିର୍ମାଲ୍ୟ

         ସଦା ମନାସଇ ଶୁଭ

ଯୁଗ ପରେ ଯୁଗ, ବିତିଗଲେ ଥିବ

         ତୁମ କର୍ମ ଫଳ ଭୋଗ


ବୃଦ୍ଧାଶ୍ରମେ କେବେ,ନିଘର କରନି

       ମାଆକୁ ସଦା ଆଦର

ମାଆ ଚାଲିଗଲେ,ରହିବୁ କି ଭଲେ

       ଭାବୁଥାରେ କୁଳାଙ୍ଗାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract