STORYMIRROR

PURUSOTTAM NAYAK

Others

3  

PURUSOTTAM NAYAK

Others

ବଦଳୁ ହୃଦୟ

ବଦଳୁ ହୃଦୟ

1 min
173

ତୁମ ଲାଗି ବଡ଼ 

ଖଟ,ପଲଙ୍କ ଯେ

ମୋ ଲାଗି ମସିଣା,ପଟି

ତୁମେ ଖଞ୍ଜିପାର

ରଙ୍ଗିନ୍ ଆଲୁଅ

ମୋର ସେଇ ଚିତାଝୋଟି


ତୁମେ ଖାଇପାର

ମସଲା ମାଉଁସ

ମୋର ସେ ପଖାଳ ଶାଗ

ତୁମେ ପିନ୍ଧିପାର

ମଖମଲି,ପାଟ

ମୋର ସେ ଅରଟ ଚିଜ


ତୁମେ କହୁଥିଲେ

ମଣିମା, ହଜୁର

ମେଦିନୀ ଦୋହଲିଯାଏ

ମୋ ଦୁଃଖରେ କେହି

ପଚାରନ୍ତି ନାହିଁ

ନାଥଙ୍କୁ ଜଣାଇଦିଏ


ତୁମେ ବାଣ୍ଟିପାର

ଖର୍ବ ଖର୍ବ ଟଙ୍କା

ମୋର ସେ କଉଡି କାଣି

ମୋ ଘରେ ନିଇତି 

ପତର ପଡଇ

ଭିକାରୀଙ୍କୁ ଅନ୍ନପାଣି


ତୁମେ ରହିପାର

ରାଜ ଉଆସରେ

ମୋର ସେ ମାଟିର ଘର

ସେ ଘରେ ଗୋମାତା

ପୂଜା ପାଉଛନ୍ତି

(ହେଲେ)ତୁମର ବିଲାତି କୁକୁର


ଗୁରୁଜନ ନାହିଁ

ବ୍ୟବହାର କାହିଁ

ତୁମ ଡାଡି,ମମି ପରିବାରେ

ବାପ ଥିଲା ପୁଅ 

ଆମ ସଭାରେ ହାରେନି

ରଖନ୍ତି ଲକ୍ଷ୍ମଣଗାରେ


ଭୂଲ୍ ଥିଲେ ତୁମ

ଦୋଷ ମାନ ନାହିଁ

ବସେ ସାତ ଖଣ୍ଡ ରାମାୟଣ

ସମ୍ମାନ ତ ଆମ

ହାଟରେ ଗଡୁଛି

ପଶିବୁକି ତୁମ ଶରଣ?


ନିତି ଶିକ୍ଷା ତୁମ

ଅଭାବ ରହିଛି

ନିକଟୁ ଦେଖ ସେ ଜୀବନକୁ

ସର୍ବେ ହୋନ୍ତୁ ସୁଖି

ମିଳୁଥାଉ ଶାନ୍ତି

ବଦଳାଅ ତୁମ ହୃଦୟକୁ।



Rate this content
Log in