STORYMIRROR

PURUSOTTAM NAYAK

Abstract

2  

PURUSOTTAM NAYAK

Abstract

ସ୍ମୃତି -ସେ ପିଲାବେଳ

ସ୍ମୃତି -ସେ ପିଲାବେଳ

1 min
153

ସୁବର୍ଣ୍ଣ ଯୁଗ ପ୍ରାୟ,

    ସେ ପିଲାବେଳ

ଧୂଳି,ଲୁଚକାଳି 

     କେତେ ଯେ ଖେଳ


ବର୍ଣ୍ଣବୋଧ ସାଥେ 

        ବାଳୁତ ଗଲା

ସମୟ ସିନ୍ଦୁକେ 

     ସବୁ ରହିଲା


ବିଦାୟୀ ଫଗୁଣ 

       ବଧାଇ ଦିଏ

କାହୁଁ କାହୁଁ କଥା

       ମନେ ପକାଏ


ଡିବିରି ଆଲୁଏ 

      ସେ ପାଠପଢ଼ା

ପୂଜା ପର୍ବରେ

    ମିଶି ଠାକୁର ଗଢା


ହାଣ୍ଡି କଳା ମାରି 

      ପୋଲିସ ବେଶ

 ଦଦେଇ ଧୋତିରେ 

       କହ୍ନେଇ ବେଶ 


 ଉଦୁଉଦିଆ ଖରାକୁ

       ଆମ ଖାତିରି ନାହିଁ

 ବାପା ମାରୁଥିଲେ

       ମାଆ ନିଏ କୋଳେଇ


ପୋଖରୀ-ପାଣିକୁ 

      କରୁ ଯେ ଗୋଳି

ଅଜା କହୁଥିଲେ

   ଦଣ୍ଡା ବାଳୁଙ୍ଗା ମେଳି

     

ମଝିପୋଖରିର 

      କଇଁ କୁ ଦେଖି 

 ବାଜିମାରୁଥିଲୁ 

       ସାଙ୍ଗକୁ ଡାକି


କିଏ ତୋଳିବ ସେ 

    ପିଜୁଳି ଜାମୁ

 ଜଗିଛି ପ୍ରଧାନ

    ଅଧା ତୁ ନେବୁ

     

ଯୋଜନାରେ ଥାଏ

     ତୋଳିବା ଆମ୍ବ

ଲୁଣ ଲଙ୍କା ଦେଇ

  ‌‌    କଞ୍ଚା ଖାଇବ


 ଶାଗ-ପଖାଳ କୁ

     ବଢ଼ି, ଚଟଣୀ

ଭାରି ବାସୁଥିଲା 

     ପଖାଳ ରାଣି


ପଇସା ଅଛି ତ

     ଜିନିଷ ଅଛି

ପାଟି ଅଛି ହେଲେ

    ସ୍ଵାଦ ଯାଇଛି


ବେଶୀ ଭଲଲାଗେ 

     ବରଷା ପାଣି

ଭିଜି ଭିଜି ଥାଏ 

    ‌କାନ୍ଧେ ବସ୍ତାନି


ଗୋଧୂଳି ସମୟ

      ଆସିଲେ ନଇଁ

ଚାଟର ମନଟା

        ଉଠଇ ଚେଇଁ


ମନେପଡେ ଆଜି

   ସେ ଝିଅ କଥା

ନଇ ଯାଉଥିଲା 

   ତା ଆଗେ ମଥା

      

ଲାଜକୁଳୀ ସେ 

     ଭାରିସୁନ୍ଦରୀ

ଚାହାଁଣୀ ରେ 

      ଦିଏ ହୃଦୟଚିରି

     

ମନେପଡେ ସେ

 କେବେ ଫଗୁଣରେ 

     ଅବା ଶ୍ରାବଣରେ

 ବାଲିଘର ଖେଳିଥିଲୁ

         ରଖିଛି ମୁଁ ସ୍ମୃତିରେ


ସଂଜ ହେଲେ ଘଣ୍ଟା ବାଜେ

  ଆଳତିରେ ମା,କେତୁକାଚାନ୍ଦ

ଭାଗବତ ଟୁଙ୍ଗୀରୁ ଶୁଭେ

     କେତେ ଚମ୍ପୁ ଆଉ ଛାନ୍ଦ


ଜେଜେମା ଶୁଣାଏ,ବୁଢିଅସୁରୁଣୀ

     ପୁରାଣ,ବାଇଆ ଗୀତ  

ସେ ଗୀତ,ଚରିତ୍ର ଏ ସମାଜେ ଅଛନ୍ତି

     ନିଆଁରେ ଢାଳନ୍ତି ଘୃତ  

   

ତଥାପି ଭଲଲାଗେ 

    ରାଧୁ ଅଜାଙ୍କର କଥା

କୁହନ୍ତି ସେ ଭୂତ ପ୍ରେତ ଆଉ

     ଗାଁଆ ଇତିହାସ ଗାଥା


ଅଜା ଥିଲେ ମାଛୁଆ

   କୁହନ୍ତି ମାଛର ପ୍ରକାର

କାହାକୁ ଖାଇଲେ ହେବ

     କେଉଁ ରୋଗ ଦୂର


ଗାଁଆର ସାଥି ମୋ 

      ମଦନା,ମହନା

ବିଦେଶେ କରନ୍ତି

    ଅର୍ଥର ଯୋଜନା


ଶିରିହୀନ ଦିଶେ ଆଜି

       ଗାଁ ପରିବେଶ

ଅର୍ଥ ଆଉ ରାଜନୀତି

    କରି ,ସର୍ବନାଶ


ଗାଁଆର ସେ ପିଲାବେଳ

    ନାହିଁ ସାଙ୍ଗମେଳ

ସମସ୍ତେ ବ୍ୟସ୍ତ ଏଠି

    ଖାଲି କର୍ମର ଜଞ୍ଜାଳ


ଆଉ ଫେରିବନି କେବେ

     ଅଫେରା ଅତିତ

 ସ୍ମୃତିନେଇ ବଞ୍ଚିଯିବା

     ଏ ଜୀବନତକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract