STORYMIRROR

PURUSOTTAM NAYAK

Others

3  

PURUSOTTAM NAYAK

Others

ନିମିଷେ ଜୀବନ

ନିମିଷେ ଜୀବନ

1 min
276

କାକର ଟୋପାରେ

       ଶୋଷ ମରେନି

ଇତର ଲୋକଟା

           ଲୁହ ଵୁଝେନି


ଗୁରୁଜ୍ଞାନ ରଖି

          ହେବ କି ଲାଭ

ମାଆ,ଯଦି ତୁମ

          ଲୁହ ଢାଳିବ


ସୁଖ ଦେଖିବାକୁ

          କୁଟୁମ୍ବ ନାହିଁ

ମୂଲ୍ୟହୀନ ନିଶ୍ଚେ

           ଜୀବନ ଜିଇଁ


କୁଳ ରଖିବାକୁ

      ହଜାରେ ପୁତ

କୁଳମଣି ଦିଏ

         ପେଟକୁ ଲାତ


ବୁଣିଥିବା ବୀଜ

          ଯଦି ନ ଫଳେ

ଲୁହଝରେ ନାହିଁ

            ହୃଦୟ ଜଳେ


ଦ୍ଵୀପ ଜଳାଇଲେ

        ଦିଅଁ ବି ନାହିଁ

କର୍ମଫଳେ ଜନ

        ଆଖି ବୁଜଇ ।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍