STORYMIRROR

PURUSOTTAM NAYAK

Tragedy Inspirational

4  

PURUSOTTAM NAYAK

Tragedy Inspirational

ସ୍ଵାର୍ଥୀ ମଣିଷକୁ ପଦେ

ସ୍ଵାର୍ଥୀ ମଣିଷକୁ ପଦେ

1 min
464

ବହୁ ଆଡମ୍ବର, ଖୋଳପା ମନର

      କର୍ମତା ଆତ୍ମା କୁ ବାଧେ

ଫଟା ବଇଁଶୀର, ମିଛ ପ୍ରତିଶ୍ରୁତି

     ମନକୁ, କି ମୋହିବ ସତେ?


ବାଣୀ ଯେ କୋମଳ, ଅନ୍ତରେ ଗରଳ 

        ଭାଙ୍ଗି ଆନ ସ୍ଵପ୍ନ ସୈ।ଧ

ଗଢୁଛି ଉଆସ, ସ୍ବାର୍ଥବାଦୀ ଲୋକ

         କୁଟୁମ୍ବ କୁ ଦେଇ ଶ୍ରାଦ୍ଧ


ଶୋଷ ମାରେ, ଆନ ଆଖିର ଲୁହରେ

        ଭୋକିଲା ର ଅନ୍ନ ନିଏ

କେମିତିକା ଜୀବ,ବହି ଛଦ୍ମଭାବ

         ଜୀଅନ୍ତା କବର ଦିଏ


କାହିଁକି ମାରୁନ, ସ୍ଵାର୍ଥର ଜଡକୁ

         ଭାବନାରେ ସର୍ବସୁଖ

ରାମ ରାଇଜ ଟା, ବେଶୀଦୂର ନୁହେଁ

         ଏଇଠି ହିଁ, ସର୍ବଲୋକ


ଚାଲିଯିବ ଦିନେ, ଜୀବନ ପିତୁଳା

         ଆସିଗଲେ ସେହିବେଳ

ମଶାଣି ମାଟିରେ, ସ୍ଵାର୍ଥୀ ଜଳିଗଲେ

        ମାଟି ଖୋଜେ ଗଙ୍ଗାଜଳ


ଭଜନ ଜଣାଣ, ବ୍ରହ୍ମାଣ୍ଡ ପୁରାଣ

        ପଢି, ଯଦି ଦୈତ ରୂପ

ଅଖଣ୍ଡ ଜଗତୁ, କିଛି ବି ସରେନି

       ନେବ ଖାଲି ଅଭିଶାପ


ଚିହ୍ନ ସେ ବ୍ରହ୍ମକୁ, ମାଜ ଇନ୍ଦ୍ରିୟ କୁ

        ଗଢ ଶାଶ୍ଵତ ଜୀବନ

ହୃଦୟକୁ ଜିଣ,ରାମନାମ ଗୁଣ

        ଲଭିବ ଉଚ୍ଚ ଆସନ


ପୁରୁଷୋତ୍ତମ ନାୟକ

ପୋତାରି

କେନ୍ଦ୍ରାପଡ଼ା

୯୪୩୮୬୮୮୫୬୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy