ମା
ମା
ଜନମ ଦେଇ ତୁ ଭଗବାନ ତୂଲ୍ୟ
ଯୁଗେ ଯୁଗେ ମୋରି ପାାଇଁ,
ହାତ ଧରି ମତେ ଚାଲି ଶିଖେଇଲୁ
ସ୍ନେହେ ଲୋରି ଗୀତ ଗାଇ ।
ମୋ ଆଖିରେ ଯେବେ ଲୁହ ଝରିପଡେେ
ତୋ ଆଖିରେ ଲହୁ ଖସେ,
ଅସରନ୍ତି ଖୁସି ମିଳିଯାଏ ମତେ
ଯହିଁ ତୁମେ ଥିଲେ ପାଶେ ।
ଉପାସ ରହିତୁ ଖୁଆଉ ଆମକୁ
ଛାତିକୁ ପଥର କରି,
ଭୟଭୀତ ହେଲେ ମୁଖରୁ ମୋହରି
ତୋ ନାମ ଯାଏ ବାହାରି ।
ପର ଜନ୍ମ ଯଦି ମିଳନ୍ତା ମତେଲୋ
ଆସନ୍ତି ତୋ କୋଳେ ପୁଣି,
ତୋ ସ୍ନେହ ଆଦର ଶୁଭ ମାନସିକ
ମୋ ପାଇଁ ମଉଡ ମଣି ।