STORYMIRROR

Ashok Kumar Pradhan

Drama

3  

Ashok Kumar Pradhan

Drama

ନେତୃତ୍ବ=====—@shok

ନେତୃତ୍ବ=====—@shok

1 min
11.8K

କିଏ କେବେ ନେତା ହୋଇ 

ନେଇଛ ନେତୃତ୍ୱ, 

ଜନତାର ଆପଦରେ 

ହୋଇଛ ବିବ୍ରତ ll


ଆଶା ଥାଏ ନେତା ଆମ 

ବୁଝିବେ ଦୁଃଖ, 

କ୍ଷମତା ରେ ଆସିଗଲେ 

ବଦଳାନ୍ତି ରୂପ ll


ତଥାପି ଭରସା କରେ 

ଶେଷରେ ଜନତା, 

କେହି ନ ଥିଲେ ବି ସାଥେ 

ଅଛି ଆମ ନେତା ll


ମିଛ ପ୍ରତିଶ୍ରୁତି ଦିଅ 

ପ୍ରତି ଥର ତୁମେ, 

ପାଣିର ଗାର ପାଲଟେ 

କ୍ଷମତାର ଦ୍ରୁମେ ll


ଜନତାର ଲକ୍ଷ୍ୟ ଥାଏ 

ତୁମରି ଆଡକୁ, 

ତୁମେ କିନ୍ତୁ ଦଳି ଚାଲ 

ତାଙ୍କ ବିଶ୍ବାସକୁ ll


ତାଙ୍କରି ଅଭାବ ଯୋଗୁଁ 

କରନ୍ତି ଗୁହାରୀ, 

ତୁମେ ସାଜ ଦାରୁଭୁତ

ନିଦାବିଷ୍ଣୁ ହରି ll


ତୁମେ ବସିଅଛ ସିନା 

ରାଜଗାଦି ଲୋଭେ, 

ସେମାନେ ଚାହିଁ ରହନ୍ତି 

ତୁମ ଦୟା ଭାବେ ll


ତଥାପି ସଦୟ ନୁହେଁ 

ତୁମରି ବିବେକ 

ଟିକେ ହେଲେ ବୁଦ୍ଧି ଜ୍ଞାନ 

ବଞ୍ଚେଇକି ରଖ ll


ନେତୃତ୍ବ ଭଲ ହେଲେ 

ପ୍ରଜା ହେବେ ଖୁସି, 

ତାଙ୍କରି ଖୁସିରେ ତୁମ

ବଞ୍ଚିବ ଚଉକି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama