STORYMIRROR

ଫକୀର ପରିଡ଼ା

Abstract Drama

4  

ଫକୀର ପରିଡ଼ା

Abstract Drama

ମୋତେ ସୁନ୍ଦର ମୋ ସହର

ମୋତେ ସୁନ୍ଦର ମୋ ସହର

1 min
381

କିଛି ନୀରବତା

କିଛି କୋଳାହଳ..

କିଛି ରୋଷଣୀରେ

ଚକ୍ ଚକ୍…

କିଛି ସହର ତଳି ବସ୍ତିର ଅନ୍ଧକାର..!


ଅତି ଆଧୁନିକ ରାସ୍ତା

ପୁଣି ନବ ନିର୍ମିତ ଫ୍ଲାଇ ଓଭର..

ଆଉ

ନିଅନ୍ ଆଲୁଅ

ବତୀ ଖୁଣ୍ଟରେ ଝଲମଲ,

ସେଇଠି ବି

ଅନ୍ଧାରୁଆ ଗଳି ରାସ୍ତାରେ

ଛାଇ ଆଲୁଅରେ ଠିଆ …

ରଙ୍ଗ ବୋଳା ଓଠରେ

ଚିକି ମିକି ପୋଷାକରେ ଭୋକର ଭୂଗୋଳ!


ଶିଳାର କବିତା ଲେଖି

ନୀଳାଭ ଆକାଶ

ତଳେ ଠିଆ

ଇତିହାସର ସାକ୍ଷୀ ଏଠି

କେଦାର ଗୌରୀ,

ରାଜା ରାଣୀ ପୁଣି ମୁକ୍ତେଶ୍ଵର

ରୁକୁଣା ରଥ ଟଣା

ଲିଙ୍ଗରାଜ ମହାପ୍ରଭୁଙ୍କର,

କାର୍ତ୍ତିକରେ

ବୋଇତରେ ସଜା ପବିତ୍ର

ବିନ୍ଦୁ ସାଗର..,

ମନ୍ଦିର ମାଳିନୀ ଏହି

ସହର

ମୋର ଭୁବନେଶ୍ବର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract