ସମୟ
ସମୟ
ଆଜି ଗୋଟିଏ ଗୋଟିଏ ମୂହୁର୍ତ୍ତ
କଦାପି ସରୁନଥିବା ରାସ୍ତା ପରି ଲାଗେ
ଚାଲି ଚାଲି ଥକିସାରିଲେ ବି
ଯେମିତି ଯେଉଁଠି ଥିଲି ସେଇଠି ଲାଗେ
ଅସମ୍ଭବ ଭବେ ଯନ୍ତ୍ରଣା ରେ ଛଟପଟ ହୁଏ
ମୋର ସମସ୍ତ ଚିନ୍ତା ଓ ଚେତନା
ଯେମିତି ସେମାନେ କେଉଁଠି ବି
ବାଷ୍ପ ହେଇଯିବେ ମରିଚିକା ପରି ବିନା ପ୍ରତିବାଦରେ ।
ସମୟ ଏତେ ନିଷ୍ଠୁର ଯେ
ସମସ୍ତ ପ୍ରୟାସ ସତ୍ତ୍ୱେ
ସେ ଏଠୁ ଯାଏ ନାହିଁ ଅନ୍ୟ ଦିଗେ ,
ଯାହା କେବେ ନସରିଲାପରି ଲାଗେ
କେବେ କେବେ ସେ କେଉଁ ଭୟଂକର
କଳା ନାଗ ପରି ପୁଣି ଦିଶେ ।
ସମୟ ଏବେ ଏଠୁ ଯାଏ ନାହିଁ
କି ମୋତେ ଯିବାକୁ ଦିଏ ନାହିଁ ,
ମୁଁ ଯେତେ ବିରକ୍ତ ହେଲେବି
ସେ କେବେ ବିରକ୍ତ ହୁଏ ନାହିଁ ।
ସେ ଚୁପ ଚାପ ବସିଥାଏ
ଏକ ପାଶାଣ ମୁର୍ତ୍ତୀ ଟିଅ ପରି
ଯଦିବା କଦାପି କୁଚିତ ଯାଏ
ତାହା ଖାଲି ଆଖିକୁ କେବେ ଦେଖାଯାଏ ନାହିଁ ।
ଏବେ ଧର୍ଯ୍ୟ ବି ଧର୍ଯ୍ୟ ହରା ହେଲାଣି
କେବେଠୁଁ ପଳେଇବ ପଳେଇବ
ବୋଲି ବ୍ୟସ୍ତ ହେଲାଣି ,
କିନ୍ତୁ ସମୟ ଏବେ ବି ଯାଏନି କେଉଁଆଡେ
ବିକଟାଳ ଆଖିରେ ଅନେଇଛି ମୋତେ ,
ଏ କ୍ଷୀଣ ଶରୀର ରୁ ମୋ ପ୍ରାଣ
ଯେମିତି ନେଇକି ଯିବ ତା ସଥେ ।