STORYMIRROR

RAJANI KANTA SAHU

Abstract Drama Classics

4  

RAJANI KANTA SAHU

Abstract Drama Classics

ସୂର୍ଯ୍ୟାସ୍ତ

ସୂର୍ଯ୍ୟାସ୍ତ

1 min
272

ଏବେ ସୂର୍ଯ୍ୟ ଘରବାହୁଡିଛି

ପକ୍ଷୀମାନେ ଫେରୁଛନ୍ତି ନିଜ ନିଜ ନିଡକୁ

ମା ବଣି ପୋକଟିଏ ଖୋଜିନିଏ

       ଗଛର ଖୋଲରେ ଥିବା ଶାବକ ପାଇଁ,

ସୁସୁପ୍ତ ସବୁଜ ଘାସ ଉପରେ ବସିଥାଏ ମୁଁ

       ମୋ ଏକଲା ପଣକୁ ନେଇ ।

 

ରାସ୍ତା ସାରା ହାଉଯାଉ ଲୋକ

କେତେ ଆସନ୍ତି ଆଉ କେତେ ଯା’ନ୍ତି

ଏବେ ଏବେ ଆକାଶ ଉରଷୁ ଉଠିଆସୁଛି

       ସଦ୍ୟ ପ୍ରସୁତ ଜହ୍ନ ଗାଧେଇ ଦୁଧିଆ ମେଘରେ, 

କରଂଜ,ନିମ୍ବ ବଉଳ ଫୁଲର ବାସ

       ଭାସି ଆସେ ମନ୍ଦ ମନ୍ଦ ଶୀତଳ ସମୀରେ ।


କାହିଁକି କେଜାଣି ସମେସ୍ତେ ଗଲାପରେ

ଆଖି ଚାହିଁଥାଏ ତୁମ ଆସିବା ବାଟକୁ

ଏବେ କେଇଟା ପକ୍ଷୀ  

      ଉଡିଗଲେ ମତେ ଉପହାସ କରି,

କାହିଁକି କେଜାଣି ଏମିତି ହୁଏ

     ହୃଦୟରେ , ଯନ୍ତ୍ରଣା ଯାଏ ମୋ ଅଜଣାତରେ ଭରି।


ଧିରେ ଧିରେ ସନ୍ଧ୍ୟା ଆସେ ଅନ୍ଧାରି ମୋଡରେ 

ଧିରେ ଧିରେ ଖାଲି ହୁଏ ଲୋକାରାଣ୍ୟ ବଗିଚାଟି

ଘୂରିବୁଲେ କିଛି ଅନ୍ଧାର

      ମୋ ଆଖପାଖ ଚାରିକଡେ,

ଆଉ କିଛି ଲେପି ହେଇ ମୋ

ଭିନ୍ନ ଭିନ୍ନ ଶରୀର ଖଣ୍ଡରେ 

      ମତେ ଅଦୃଶ୍ୟ କରନ୍ତି ଥୋଡେ ଥୋଡେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract