STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ମନ ଉପବନେ

ମନ ଉପବନେ

1 min
341


ବିଶ୍ୱାସ ଅବିଶ୍ୱାସ ଫୁଲ ଫୁଟେ

ଝରିଯାଏ ଦୁଃଖ ଶୋକ ରୋଗ

ସ୍ବପ୍ନ ଓ କାମନା ର ଲହଡି ପିଟେ

ଖୁସି ଛପି ଛପି ଦୁଃଖ ନୌକାରେ

ବୟସ ସମୟ କରଲେଉଟେ

ସ୍ମୃତି ଗୋଟେ ଅଧେ କି ପଟେ

ଆସୁଥାଏ ଯାଉଯାଏ ବାଟେ

ମନ ଉପବନ ଫୁଲ ବାସ ଛୁଟେ

କେବେ ଚନ୍ଦନ ଅଗରୁ କସ୍ତୁରୀ

ଭଅଁର, ମହୁମାଛି ପରି ଏପଟେ

କେବେ ରାଗ ରୋଷ ଆକ୍ରୋଶ

ନାରାୟଣ ସକଳ ଘାଟ ଘାଟେ

ବୁଝିଥିଲେ ବାଇମନ ଅଝଟଛାଟେ

ପ୍ରକୃତି ସୁଗନ୍ଧେ ମଳୟ ଛୁଟେ

ସୂର୍ଯ୍ୟ ତାରା ଚନ୍ଦ୍ର ସହ ନବଗ୍ରହ

ଭାଗ୍ୟ ଲିଖନ ମନଉପବନ ସେପଟେ

ଆଜି କଥା କାଲିକି ନାହିଁ

କାଲି ଅବା ଥିବ କାହିଁ ଯିଏ ଯାହା ବାଟେ

ମନ ଉପବନେ ଉବୁଟୁବୁ ପୃଷ୍ଠା ଗୋଟେ

କବିତା ଗଳ୍ପ ଉଙ୍କି ମାରି କୁହାଟେ

ଜୀବନର ଏତେ ନାଟେ

କଳାକାର ମନ ଉପବନେ

ପ୍ରୀତି ମମତା ସ୍ନେହ କବିତାଟେ

ଝରି ପୁଣି ଚମକି ଉଠେ

ମନ ଉପବନ ଓଁକାର ତୁଠେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract