STORYMIRROR

ayashkant das

Abstract Drama Romance

4  

ayashkant das

Abstract Drama Romance

ପ୍ରିତୀ କାଙ୍ଗାଳ

ପ୍ରିତୀ କାଙ୍ଗାଳ

1 min
362

ଯୌବନର ଦିପ୍ରହର ଦହ ଦହ ଝଲସି ଉଠେ,

ପରିତ୍ୟକ୍ତ ଛଳନାର ଉଷ୍ମତା ଭରା ବନ୍ଦିଶାଳରୁ

ନିଜକୁ ମୁକାଳିବାକୁ ।

ପହିଲି ଫଗୁଣର ଦୁଲୁକାଏ ପ୍ରିତିଭରା ଶୀତୁଆ ପବନର

ସିହରଣେ କମ୍ପିଉଠେ ଯୌବନ।

କାମନାରେ ମିଠା ପରସରେ 

ସାନ୍ତପଡ଼ିଯାଏ ଶୁନ୍ୟ ଯନ୍ତ୍ରଣା ।


ଦର ଭିଜା ଏ ହୃଦୟ ବିରହ ନିଆଁର

ଯନ୍ତ୍ରଣାରେ ଜର୍ଜରିତ ହେଲାପରେ

ଲୋଡା ପଡେ ଆଞ୍ଜୁଳାଏ ପ୍ରୀତିର ମୃଦୁ ସମୀରଣ।

ପଥଭ୍ରଷ୍ଟ ଏ ଓଠ ଖୋଜେ ପ୍ରୀତିର ରେଶମୀ ପରସ।

ଇଚ୍ଛା ହୁଏ ଆଙ୍କିବାକୁ ଯୌବନର ତୂଳୀ ଧରି

ନିସ୍ତବ୍ଧ ଫରୁଆର ପ୍ରୀତି ଯୁଡୁବୁଡୁ କାନ୍ଭାସ ରେ

ବିମୁଗ୍ଧ ପଟ୍ଟଚିତ୍ର। 


ଲୁହ ଝୁଲଣାରେ ଦୋଳାଇତ ଆଖି ଆନ୍ଦୋଳିତ ହୁଏ

ଯୌବନର କୁଳ ଲଂଘିବାକୁ।

ଦିନର ମୃଗତୃଷ୍ଣା ମନ ମତୁଆଲା ହୁଏ

ଉଁଆସି ରାତ୍ରିର ମେଘମଲ୍ହାର ମଧୁକାମିନୀ ପାଇଁ।

ପ୍ରୀତିର ଚୈଇତାଳୀ ଛୁଆଁରେ ବହୁଗୁଣିତ ହୁଏ

ହୃଦ ସ୍ପନ୍ଦନ ତୀବ୍ରତା,

ପିପାସୁ ଦାନବ ଗରଜିଉଠେ

କାମନାର ଆସକ୍ତିକୁ କାବୁ କରିବାକୁ।


ଅନ୍ଧକାରମୟ , ନିର୍ଜନ,ନିସ୍ତବ୍ଧ ଏ ହୃଦୟର ବେଳାଭୂମି

ଚାହିଁ ରହିଛି ପ୍ରିତୀଭରା ତୃଷ୍ଣାର ଜୁଆରକୁ ।

ବିରହ ପାନ୍ଥଶାଳାର ଦରଜା ଡେଇଁ

ମଧୁଶାଳାର ମହୁଆ ନିଶାରେ ଝୁମି ଝୁମି 

ପ୍ରେମର ଅଣ ଓସାରିଆ ରାସ୍ତାରେ

ଲୁଚକାଳି ଖେଳିବାର ତୃପ୍ତି ହିଁ ଶ୍ରେୟସ୍କର।


ଆଉ ଇଚ୍ଛା ନାହିଁ

ସେ ପ୍ରତାରଣାର ଧାରା ଶ୍ରାବଣରେ ଭିଯିବାକୁ,

ବିଶ୍ୱାସଘାତକତାର ଜାଲରେ ନିଜକୁ ଛନ୍ଦିଦେଇ

ଗଦା ଗଦା ମଲା ସ୍ବପ୍ନକୁ

ଏକାଠି କରିବାର ମାନେ ବା କଣ?

ଏ ଥୁଣ୍ଟା ବୃକ୍ଷଟି ପ୍ରୀତି କାଙ୍ଗାଳ ହୋଇ ଚାହିଁ ରହେ,

ଫୁଙ୍ଗୁଳା ଦେହର ରକ୍ତିମ ବୁକୁର ସ୍ପର୍ଶରେ ନିଜକୁ

ଲୀନକରିଦେଇ ବସନ୍ତର ଆଗମନକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract