STORYMIRROR

Sudipta Behera

Drama Tragedy

3  

Sudipta Behera

Drama Tragedy

ତଫାତ୍

ତଫାତ୍

1 min
11.7K

ଟିକିଏ ସ୍ନେହ

ଚୁ ଚୁ ଚୁ

ମିଠା ଭରା ଶବ୍ଦରେ

ବାରବୁଲା କୁକୁର ଟି

ଲାଞ୍ଜ ହଲାଇ

ସମ୍ମତି ପ୍ରକାଶ କରେ l

ଟୁକୁଡ଼ାରୁଟିର

ପ୍ରତି ବଦଳରେ

ଜୀବନ ଉସ୍ଛର୍ଗ

କରିବାର ପ୍ରତିଜ୍ଞା


କ୍ଷଣିକ ମୁହୂର୍ତ୍ତର ବିଶ୍ବାସର

ବିଶାଳ ପ୍ରାଚୀର ତୋଳି ଧରେ l

ଭରସାର ଗଭୀର

ସାଗର କୁ ମାପି ପାରେ I

କିନ୍ତୁ ମଣିଷ

ସବୁରକ୍ତ ସମ୍ପର୍କ କୁ

ଚ୍ଛିନ୍ନ କରି

ନିଜକୁ ଦୁରେଇ ଦିଏ

ନିଜର ଲୋକୋ ଙ୍କ ଠାରୁ l

ଏପରିକି ପେଟ ଚିରି

ଜନ୍ମ୍ କରିଥିବା ମା ଠୁ ବି

ସତରେ

କେତେ ଫରକ୍

କେତେ ତଫାତ୍

ଆଉ ପାର୍ଥକ୍ଯ I



साहित्याला गुण द्या
लॉग इन

Similar oriya poem from Drama