STORYMIRROR

Sudipta Behera

Others

4  

Sudipta Behera

Others

ହସ

ହସ

1 min
23.9K


ଦୁଇଟି ଅମୂଲ୍ୟ ଶବ୍ଦ

ସମସ୍ତ୍ ଙ୍କ ଭାଗ୍ୟ ରେ ଜୁଟେ ନା

ସବୁ ମନ ତାର ମୂଲ୍ୟ ବୁଝେନା

ବଞ୍ଚି ଥିବା ପର୍ୟ୍ୟନ୍ତ

ଅନ୍ୟ କୁ ହସ ଟିକେ

ଦେଲେ, କ୍ଷତି କଣ !

ପ୍ରତିବଦଳ ରେ

ଅନେକ ହସ ହସ

ମୁହଁ ର ଛବି

ଆଖି ଆଗକୁ ଆସିବ

ହୃଦୟ ବି ହସିବ

ଜୀବନ ବି ହସିବ

ହସିବ ଏ ସାରା ଜଗତ

ହସର ପାଖୁଡା ମେଲି

ବାଣ୍ଟି ଯିବା ହସ

ଆଲୋକିତ କରିବା

ଏ ଧରା ଧାମ

ପ୍ରଫୁଲ୍ଲିତ କରିବା

ସବୁଜ ଶାଗୁଆ ମନ।

ମୁଠାଏ ହସରେ

ହସି ଉଠିବ ବିଶ୍ଵ

ଦୁଃଖ ଯିବ ଦୁରେଇ

ଲୁହ ସବୁ ଶୁଖି ଯିବ

ହସର ସ୍ପର୍ଶରେ

ଧରଣୀ ହସି ଉଠିବ

ସମଗ୍ର ବିଶ୍ବ ହେବ

ହସର ଗନ୍ତାଘର ।


Rate this content
Log in