Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Abstract

3.9  

Sudipta Behera

Abstract

ସେଇ ପୁରୁଣା ସହର

ସେଇ ପୁରୁଣା ସହର

1 min
11.8K


ସେଇ ପୁରୁଣା ସହରେ ଆଜି 

କରୋନା ମାତିଛି l 

ନିଜର ନିଜର ସବୁ 

ପର ହୋଇଛି I 

ନିବିଡ ସମ୍ପର୍କରେ 

ବିଚ୍ଛେଦ ର ଫାଙ୍କ ଦିଶୁଛି l 

କରୋନା ର କ୍ରୁର ସ୍ପର୍ଶରେ 

ସହର ର ସୌନ୍ଦର୍ଯ ବଦଳିଛି l 

ଚକାଚକ ମେଟ୍ରୋ ସିଟି 

ଆଜି ତାର ସତ୍ତା ହରେଇଛି I 

ସଭିଙ୍କ ଓଠରୁ କେବେଠୁ 

ହସ ଲିଭିଛି I 

ଘରେ ଘରେ ପୁରେ ପୁରେ 

ମୃତ୍ୟୁର ତାଣ୍ଡବ ରଚିଛି I 

ପୁରୁଣା ସହର ରାସ୍ତାରେ 

ଶବର ଶୋଭାଯାତ୍ରା ଚାଲିଛି l 

ଆଖିର ଅମାନିଆ ଲୁହରେ 

ସହରଟା ସଂପୂର୍ଣ୍ଣ ଭିଜୁଛି l

ଗଳି କନ୍ଦି ସାଣ୍ଡି ସବୁଠି 

ପାଚେରୀ ଉଠିଛି l

ଦୋକାନ ବଜାର ହାଟ 

ସବୁ ବନ୍ଦ ହୋଇଛି l

କେତେ କଷ୍ଟେ ମୁଣ୍ଡ ଟେକି ଉଠି ଥିବା 

ସହରର ମେରୁଦଣ୍ଡ ଭାଙ୍ଗିଛି l 

କୋଳାହଳ ସହରଟା 

ଖାଁ ଖାଁ ଲାଗୁଛି l

ବାର ବୁଲା ମଣିଷର 

ନିଖୋଜ ଚିତ୍ରପଟ୍ଟ ଝୁଲୁଛିl

କରୋନାର ପଶା ଖେଳ 

ହାଟ୍ରିକ କରିଛି l

ପୁରୁଣା ସହରର ସ୍କୁଲ କଲେଜ ରାସ୍ତା 

ସବୁଠି ତାଲା ଝୁଲୁଛି l

ବିଶ୍ଵ ଯୁଦ୍ଧ ଠାରୁ ଭୟଙ୍କର 

କରୋନା ଯୁଦ୍ଧ ଚାଲିଛି l

ସହରୀ ଜୀବନଟା 

ଦୁର୍ବିଶହ ହୋଇଛି l

ଜିତିଛି କରୋନା ଆଜି 

ସହରଟା ହାରି ତ ଯାଇଛି l 

ବିଜୟର ଟିକା ନାଇ 

କରୋନା ହସୁଛି l

ଯନ୍ତ୍ରଣାରେ ଛଟପଟ ଆତ୍ମା 

ଆଜି ପରମାତ୍ମାଙ୍କୁ ଖୋଜୁଛି l



Rate this content
Log in

Similar oriya poem from Abstract