STORYMIRROR

Ashok Kumar Pradhan

Drama

3  

Ashok Kumar Pradhan

Drama

କୁମ୍ପି***—@shok

କୁମ୍ପି***—@shok

1 min
11.7K

"କୁମ୍ପି "

====

                    —ଅଶୋକ


ଗୋଟି ଗୋଟି କରି କପର୍ଦ୍ଦକ ତୋ ଉଦରରେ, 

ସାଇତି ରଖିଛି ଅବା ଅତି ଯତନରେ ll


ବିନ୍ଦୁ ବିନ୍ଦୁ ହୋଇ ଯେନ ହୋଇଥାଏ ସିନ୍ଧୁ, 

ତୋ ପେଟ ପୁରିଲେ ମୋର ଆନନ୍ଦ ଅନିନ୍ଦ୍ଯୁ ll


ନିଜ ପେଟ କାଟି କାଟି ତୋ ପେଟ ଭରିଛି, 

କେବେ ସେ ଦିନ ଆସିବ ଭାଙ୍ଗିବି ଖୋଜୁଛି ll


ତୋ ସାଥେ ଭାବ ମୋର ନିଇତି ନିଇତି, 

କେବେ କିଛି ପାଇଗଲେ ରଖୁଛି ସାଇତି ll


ଆଶା ଅଛି କିଛି ଗୋଟେ କରିବି ମୋ ପାଇଁ, 

ଏକ ମନେ ଏକ ପ୍ରାଣେ ସଞ୍ଚେ ସେଥିପାଇଁ ll


ଅକାଳ ପଡିଛି ଏବେ ମୋ ସୁନାର ଦେଶେ, 

ଦାନ ଦେଇଦେବି ଭାବେ ବିପାକର ପାଶେ ll


ଦେଶ ହିତେ ଲାଗିଲେ ମୋ ସଞ୍ଚିତ ସାଧନ, 

ଆଶା ମୋର ପୂର୍ଣ୍ଣ ହେବ ଆନନ୍ଦ ମୋ ମନ ll


ସେଥିପାଇଁ ତୋତେ ଆଜି ଦେଲି ଶ୍ରଦ୍ଧାଞ୍ଜଳି, 

ମନ ଦୁଃଖ କରିବୁନି ପଡିଗଲେ ବଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama