STORYMIRROR

Tapan Kumar Biswal

Drama Fantasy Inspirational

3  

Tapan Kumar Biswal

Drama Fantasy Inspirational

ଜୀବନର ରାସ୍ତା ଓ ପାନ୍ଥଶାଳା

ଜୀବନର ରାସ୍ତା ଓ ପାନ୍ଥଶାଳା

1 min
11.9K


ସୁଦୀର୍ଘ ରାଜପଥ

ଶୂନଶାନ୍ ନିଶବ୍ଦ ନିଶ୍ଚଳ

ମନ ଭିତରେ ଉଙ୍କି ମାରେ

ଅହେତୁକ ଭୟର ବାତାବରଣ ll

କେବେ କେବେ

କୌତୁହଳ ଜାଗ୍ରତ ହୁଏ

ଆଶା ସଞ୍ଚାର ହୁଏ

ଦୂରରୁ ଦିଶୁଥିବା ସେ

ପାନ୍ଥଶାଳାକୁ ଦେଖି ll

ଦୂର ହୋଇଯାଏ

ଭୟ ଭ୍ରାନ୍ତି

ବୁଝାଇଦିଏ ମନକୁ

କିଛି ସମୟ ପାଇଁ ll

ପଥ ବହୁ ଦୂର

କିନ୍ତୁ ଆଶା ଆଶଙ୍କା

ପିଛା ଛାଡ଼ୁନି ଜୀବନର

ଏହି ସୁଦୀର୍ଘ ଅଙ୍କା ବଙ୍କା ସମସ୍ୟା ll

ତଥାପି ସମାଧାନ କରିବାକୁ ହେବ

ଆଗକୁ ବଢ଼ିବାକୁ ହେବ

ନିଜକୁ ବଦଳାଇବା ପାଇଁ ପଡିବ

ସମୟ ସାଥିରେ ତାଳ ଦେଇ ll

ଶାରୀରିକ କଷ୍ଟ

ମାନସିକ ଭୟ ଟାଣି ନିଏ

ନିକଟସ୍ଥ ପାନ୍ଥଶାଳା ଆଡକୁ

କ୍ଷଣିକ ବିଶ୍ରାମ ନିମନ୍ତେ ll

କାରଣ ମୋର ଅଧିକାର ନାହିଁ

ସବୁଦିନ ପାଇଁ ରହିବାକୁ

ଏହି ପାନ୍ଥଶାଳାରେ

ମୋ ଭଳି ଅନେକ ଯାତ୍ରୀ ଅଛନ୍ତି

ସେମାନଙ୍କର ମଧ୍ୟ ଇଚ୍ଛା ଏବଂ ଅଧିକାର ଅଛି

ସମାନ ପ୍ରକାରର ll

ରାଜଭୋଗର ସୁଖ ଖୋଜିବାର ନାହିଁ

କିନ୍ତୁ ତା ଠାରୁ ଢେର ଶାନ୍ତି ମିଳୁଛି

ଶାରୀରିକ କଷ୍ଟ ଲାଘବ ହୋଇଛି

ଆଗକୁ ବଢ଼ିବାର ଆଶା ସଞ୍ଚାର ହୋଇଛି

ଏହି ପାନ୍ଥଶାଳାରେ ll

ଅନେକ ଯାତ୍ରୀଙ୍କ ହସ ଲୁହ

ସୁଖ ଦୁଃଖ ମୂକସାକ୍ଷୀ

ମନେ ରଖିଛି ଅନେକ ଯାତ୍ରୀଙ୍କ

ଯାତ୍ରା ଇତିହାସ କୁ ll

ଯା ହେଉ ଧନ୍ୟବାଦ

ସେ ପାନ୍ଥଶାଳା କୁ

ଯେ ବିଶ୍ରାମ ଯୋଗାଏ ଅନବରତ

କ୍ଲାନ୍ତ ଅସହାୟ ପଥିକଙ୍କୁ ll

ସକାଳ ସୂର୍ଯ୍ୟ ର

ସୁନେଲି କିରଣ ସହ

ବିଦାୟ ନେବାକୁ ହେବ

ଜୀବନର ମାର୍ଗ ଯେ ସୁଦୀର୍ଘ

ପୁଣି ଆଗେଇ ଯିବାକୁ ହେବ

ଅଙ୍କା ବଙ୍କା ରାସ୍ତା କୁ ଅତିକ୍ରମ କରି

ପୁଣି ଜୀବନରେ ସଫଳ ହେବାକୁ ହେବ ll

ପୁଣି କ୍ଲାନ୍ତ ହେଲେ

ଆଗରେ ଅପେକ୍ଷା କରିଛି ପାନ୍ଥଶାଳା

ଫୁଣି କରି ପାର ବିଶ୍ରାମ ମନା ନାହିଁ

କିନ୍ତୁ ଜୀବନର ଲକ୍ଷ୍ୟ ନେଇ

ବଢିବାକୁ ହେବ

ଜୀବନର ମାର୍ଗରେ ସଫଳ ପଥିକ ହୋଇ

ସଫଳତା ହାସଲ କରିବାକୁ ହେବ ll

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama