STORYMIRROR

Aishwarya Mishra

Abstract Drama Inspirational

3  

Aishwarya Mishra

Abstract Drama Inspirational

ପୁଣି ଫେରିବ ବସନ୍ତ

ପୁଣି ଫେରିବ ବସନ୍ତ

1 min
11.9K


ପୁଣି ଫେରିବ ବସନ୍ତ

ମୋ ଜୀବନରେ

ବୋଳିଦେବ ପ୍ରେମର ରଙ୍ଗ 

ରଙ୍ଗୀନ ହୋଇଉଠିବି ମୁଁ 


ଉତାରି ଫିଙ୍ଗି ଦେବି

ଫିକା ଫିକା ହୃଦୟର

ଯେତେ ସବୁ ଯନ୍ତ୍ରଣା

ବେରଙ୍ଗ ଲୁହର ବେଦନା ,


ଫଗୁଣର ରଙ୍ଗମାନ

ବୋଳିବି ଅଙ୍ଗରେ

ଭିଜା ଭିଜା ଲାଜରେ

ନିଜକୁ ସଜାଇ

ରଚିବି ନୂଆ ଏକ ଅଭିସାର

 

ନାରୀତ୍ଵର ଆଭାରେ

ହୋଇଉଠିବି ଦୀପ୍ତିମୟୀ ,

ପୁଣି କରିବି ଶୃଙ୍ଗାର

ଅଙ୍ଗେ ଅଙ୍ଗେ ଭରି

ଲାବଣ୍ୟମୟ ଜ୍ୟୋତି


ସେ ଜ୍ୟୋତିର ପ୍ରକାଶରେ

ପୁଣି ଫେରିବ ବସନ୍ତ

ବାଳ ଭାନୁ କରେ 

ଅପସରି ଯିବ ଘନ କୁହୁଡିର 

ଘଞ୍ଚ ମାୟାଜାଲ


ଲେଉଟି ଯିବ ଶୀତର 

ଯେତେ ସବୁ 

ଶୀତଳ ଶୁଷ୍କ ଆବରଣ;


ଗହନ ନିଦ ପରେ

ଚଳ ଚଞ୍ଚଳ ହୋଇଉଠିବ

ସ୍ଵପ୍ନମୟ ଜୀବନ

ସେହି ସ୍ଵପ୍ନର ଉଲ୍ଲାସ ନେଇ

ପୁଣି ଥରେ ଫେରିବ ବସନ୍ତ . ..


ଶୁଷ୍କ ମନ-ବନର ପାଦପରାଜି

ହୋଇଉଠିବେ ପଲ୍ଲବିତା 

କୋକିଳର ମୃଦୁ ଗୁଞ୍ଜନରେ

ଗୁଞ୍ଜରିତ ହେବ

ଲାଳିତ୍ୟମୟ ଜୀବନର ସ୍ବର

ଆଉ ସେହି ସ୍ବରର 

ରାଗିଣୀ ତୋଳି,

ମୋ ଜୀବନେ

ପୁଣି ଫେରିବ ବସନ୍ତ ,,,


Rate this content
Log in

Similar oriya poem from Abstract