STORYMIRROR

Santosh Mishra

Abstract Drama Inspirational

3  

Santosh Mishra

Abstract Drama Inspirational

ହୃଦୟ

ହୃଦୟ

1 min
11.9K

ହୃଦୟ ଭିତରେ   ହୃଦୟ ରଖିଲି     

ହୃଦୟକୁ କଲି ବଡ଼,

ଆପଣା ରକତ   ଶ୍ଵାସ ଦେଇ ଦେଇ    

 କରିଥିଲି ଆପଣାର,   

 କହିଲି ହୃଦୟ ମୋର,

ମୁରୁକି ହସରେ  ହସି ଦେଲା ସିଏ    

ଭାବିଲି ହୋଇଲା ମୋର l୧।


ପ୍ରତି ମୁହୂର୍ତ୍ତ ମୁଁ  ତା ପାଇଁ ବଞ୍ଚିଲି    

ତାର ସୁଖ ଖୁସି ଚାହିଁ,

ତା ମୁଖ ମଣ୍ଡଳେ ହସ ଫୁଟି ଗଲେ    

ହସି ଦେଉ ଥିଲି ମୁହିଁ,    

କହିଲା ମୋ ମୁହଁ ଚାହିଁ,

ମୋର ହୃଦୟରେ କାଇଁଚାଏ ଭାଗ    

ରଖିଛି ମୁଁ ତୁମ ପାଇଁ l୨।


ସ୍ୱାର୍ଥପର ହୋଇ  କହିଲି ହୃଦୟ   

ରଖିଲି ମୁଁ ପଞ୍ଜୁରୀରେ,

ସ୍ବର୍ଣ୍ଣ ଅଳଙ୍କାର  ଆଭସ ଭୂଷଣ    

ରଖି ଦେଲି ତୋ ପାଖରେ,   

କହିଲା ସେ ମୋତେ ଧିରେ,

ହୃଦୟ ମଗୁଛି   ଟିକିଏ ସେନେହ     

ମାନ ତାର ବନ୍ଧନ ରେ l୩।


ଏ ବଡ଼ ବିଶ୍ୱରେ କେତେ ଯେ ସଂପର୍କ     

ତା ଭିତରେ ତୁମେ ଜଣେ,

ସମ୍ପୂର୍ଣ ହୃଦୟ   କାହାକୁ ଦେବିନି    

ଚାହିଁ ବସିଛନ୍ତି ପଣେ,    

ହୃଦୟକୁ ସ୍ନେହ କିଣେ,

ଧନ, ବିଦ୍ୟା, ମାନ  କଠୋର ଵଚନ    

ଏ ସବୁକୁ ତୁଚ୍ଛ ମଣେ l୪।


ହୃଦୟ ବାହାରେ  ହୃଦୟ ଭିତରୁ    

ମୋ ହୃଦୟକୁ ଫଟେଇ,

ଏ ଫଟା ହୃଦୟ  ବଂଚିଅଛି ଏବେ    

ଅଧା ସେ ନିର୍ଜୀବ ହୋଇ,    

ଯୋଡି ପାରିବେନି କେହି,

ହୃଦୟ ଭିତରେ  ହୃଦୟ ଖୋଜୁଛି    

ରକ୍ତ ବୋହେ ଲୁହ ହୋଇ l୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract