STORYMIRROR

Sarita Rani Mohanty

Drama

3  

Sarita Rani Mohanty

Drama

ନିଆରା ଆମ ସଂସ୍କୃତି

ନିଆରା ଆମ ସଂସ୍କୃତି

1 min
12K


ଆମେ ତ ଓଡ଼ିଆ ଭାରି ତ ବଢ଼ିଆ

   ଦେଖ ଆମ ରୀତି ନୀତି

ବାର ମାସେ ତେର ପରବ ପାଳିବୁ

   ନିଆରା ଆମ ସଂସ୍କୃତି।


ଚୈତ୍ର ଶେଷେ ଯେବେ ଧରାକୁ ବୈଶାଖ

    କରିଥାଏ ଆଗମନ

ଓଡ଼ିଆ ଜାତିର ମିଠା ଏହି ସ୍ମୃତି

   ଓଡ଼ିଆ ର ଅଭିମାନ।


ପଣା ସଂକ୍ରାନ୍ତି ନାମରେ ନାମିତ

  ଆରମ୍ଭ ନବ ବରଷେ

ବେଲ ପଣା ସହ ଛତୁଆ ଖାଇଣ

   ମନରେ ଆଣ ହରଷ।


ପବିତ୍ର ଦିନଟି ଆଜି ପୁଣି ଅଟେ

   ହନୁମାନଙ୍କ ଜୟନ୍ତୀ,

ତୁଳସୀ ମାତାଙ୍କୁ ଜଳଦାନ ପାଇଁ

   ବସୁନ୍ଧରା ଦେଇଥାନ୍ତି।


ପବନ କୁମାର ବିପଦ ଭଞ୍ଜନ

   ଅଇରି କୁଳର କେତୁ

ପ୍ରଭୁ ହୋଇ ମଧ୍ୟ ତାଙ୍କରି ପାଇଁ କି

   ବାନ୍ଧି ପାରି ଥିଲେ ସେତୁ।


ପ୍ରଭାତୁ ଉଠିଣ ସୂର୍ଯ୍ୟଙ୍କୁ ପୂଜିବ

  ପୁଜିବ ତୁଳସୀ ମାତା

ବେଲ ପଣା ଦେଇ ପ୍ରଭୁଙ୍କୁ ପୂଜିବା

  ହୋଇବା ଜଗତ ଜିରା।


ସେହି ବେଲ ପଣା ଖାଇ ଖୁଆଇବା

  ରୋଗ ଶୋକ ହେବ ଦୂର

ସୁଖ ସମୃଦ୍ଧି ର ବର୍ଷ ଟି ହୋଇବ

   ପୂଜିବ ପ୍ରଭୁ ପୟର।


ବିଷୁବ ମିଳନ ଅତୁଟ ବନ୍ଧନ

   ଅତିଥିର ଆଗମନ

କର୍ମ ହିଁ ଆରମ୍ଭ କର୍ମ ପୁଣି ଶେଷ

   ଜୀବନର ସଂଜ୍ଞା ଜାଣ


ଆମ ପରମ୍ପରା ଆମ ଏ ସଂସ୍କୃତି

  ମନକୁ ତ ମୋହି ନିଏ

ଯା ପାଣି ପବନ ବଞ୍ଚାଏ ଜୀବନ

   ମାଆ ପରି ଆମ ସିଏ।


ଅଭିନ୍ନ ସଂସ୍କୃତି ରଖ ତାର ଖ୍ୟାତି

    ମାନି ଏହି ପରମ୍ପରା

ସ୍ମୃତି ପରି ତାକୁ ରଖିବା ସାଇତି

  ମାନିଣ ଜୀବନ ଧାରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama