STORYMIRROR

Papu parida

Drama Inspirational Others

3  

Papu parida

Drama Inspirational Others

ସମାଜ କଅଣ କହିବ ବୋଲିକି

ସମାଜ କଅଣ କହିବ ବୋଲିକି

1 min
187


ସମାଜ କଅଣ କହିବ ବୋଲିକି

ଯଦି 

ଭାବିଥାନ୍ତେ ଝାନ୍ସିରାଣୀ

କିପରି ବାନ୍ଧିଣ ପୁତ୍ରକୁ ପିଠିରେ

ବୁଲାନ୍ତେ ସେ ଖଣ୍ଡା ପୁଣି।


ସମାଜ କଅଣ କହିବେ ବୋଲିକି

ଭାବି

ଥାନ୍ତେ ଲକ୍ଷ୍ମୀ ସେହଗଲ

କିପରି ଧରିଣ ନାରୀ ଦଳ ମଙ୍ଗ

ବଜାନ୍ତେ ଜୟ ବିଗୁଲ। 


ସମାଜ କଅଣ କହିବ ବୋଲିକି

ଯଦି

ଭାବିଥାନ୍ତେ ପିଭି ସିନ୍ଦୁ

କିପରି ବାନ୍ଧନ୍ତେ ଗଳାରେ ପଦକ

ସାଜିଥାନ୍ତେ ଗର୍ବ ବିନ୍ଦୁ।


ସମାଜ କଅଣ କହିବ ବୋଲିକି

ଯଦି

ଭାବିଥାନ୍ତେ ଆରୁଣୀମା

କିପରି କହନ୍ତେ ଚଢି ହିମାଳୟ

କି ସୁନ୍ଦର ଧରଣୀ ମା।


ସମାଜ କଅଣ କହିବେ ବୋଲିକି

ଯଦି

ଭାବନ୍ତେ ଆରତୀ ଶାହା

କିପରି ପହଁରି ଇଁରାଜୀ ଚାନେଲ

ଦେଖାନ୍ତେ ଯେ ନୂଆ ରାହା।


ସମାଜ କଅଣ କହିବ ବୋଲିକି

ଯଦି

ଭାବନ୍ତେ ଆମ କଳ୍ପନା

କିପରି ବୁଲନ୍ତେ ତାରା ରାଇଜରେ

କିପରି କରନ୍ତେ ନାଆଁ।


ସମାଜ କଅଣ କହିବ ବୋଲିକି

ଯଦି

ଭାବନ୍ତେ କିରଣ ବେଦୀ

କିପରି ଧରନ୍ତେ ହାତରେ ବନ୍ଧୁକ

ଭାବି ବସିଥାନ୍ତେ ଯଦି।


ସମାଜ କଅଣ କହିବ ବୋଲିକି

ଯଦି

ଭାବିଥାନ୍ତେ ମେରୀ କମ

କିପରି ଜାଣନ୍ତା ଦୁନିଆଟା ସାର

ଭାରତ ନାରୀର ଦମ।


ସମାଜ କଅଣ କହିବ ବୋଲିକି

ଯଦି

ଭାବିଥାନ୍ତେ ମିରାବାଇ

କିପରି ଟେକନ୍ତେ ରୋପ୍ୟ ପଦକ

ଜଗତୁ ମିଳନ୍ତା ବଧେଈ।


ସମାଜ କଅଣ କହିବ ବୋଲିକି

ଯଦି

ଭାବନ୍ତେ ମିତାଲି ରାଜ

କିପରି ଲେଖନ୍ତେ କ୍ରିକେଟ ବହିରେ

ସେ ସ୍ବର୍ଣ୍ଣିମ ଇତିହାସ।



Rate this content
Log in

Similar oriya poem from Drama