STORYMIRROR

Gargi Mishra

Abstract Drama Tragedy

3  

Gargi Mishra

Abstract Drama Tragedy

କୁ୍ଜ୍ଝଟୀକା

କୁ୍ଜ୍ଝଟୀକା

1 min
190


ଅନ୍ଧାରି ଆକାଶରେ ମାୟାକବିତା

ଘରତା'ର ଅଜଣା ରାଇଜେ

ଦିନେଥିଲା ପଛେ ପଛେ ଯା'ର 

ସୂର୍ଯ୍ୟବି ନୁହେଁ ତାରା ବି ନୁହେଁ

ମକଚିଦେଲେ ମରିଯାଉଥିବା

ଜୁଳୁଜୁଳିଆ ପୋକର ଜ୍ୟୋତି 

ଆୟୁଷ ବା କେତେ ଅତିବେଶୀରେ ?

ଏଇ ବରଷାର କିଛି ମାସ

ତା ପରେ କୁମୁଦିନି ବି ଦିନେ 

ଜାଣିପାରେ, ପାଖେ ପାଖେ

ଥିଲାଯିଏ, ସେ ତ ଖାଲି ପ୍ରତିବିମ୍ବ

ପାଣି ଚହଲି ଗଲେ ଚାନ୍ଦବି ମିଳାଏ

ହେନାଫୁଲ ହଜାଏ ବାସ୍ନା 

ତାରା ମେଳେ ରହି ରଚୁଥାଏ ଖାଲି

ସ୍ୱପ୍ନକୁହୁକର ଜ୍ୟୋତ୍ସ୍ନା 

ଆକାଶ ଆଜି ହାତପାଖେ ଭାବି

ବଢ଼ାଇଲେ ଆଗକୁ କିଆଁ 

ଆଗେଇ ଚାଲ କହି

ଚାଲିଯାଉଥାଏ ଦୁରକୁ ଦୁରକୁ

ସମତଳ ଭୂମି ଭାବି ଅର୍ଦ୍ଧନିମିଳିତ 

ବିଶ୍ୱାସରେ

ଝୁଣ୍ଟି ଖଣ୍ଡିଆ ଖାବରା କରିବାକୁ 


ନିଃସଙ୍ଗ ପଥିକଟିଏ କିନ୍ତୁ 

କୁହୁଡି କଟିଗଲା ପରେ

ମିଳେ ଦୁର୍ଘଟଣାଗ୍ରସ୍ତ 

ମୃତଦେହ ତାର ଖଣ୍ଡ ବିଖଣ୍ଡିତ


ଭୂଲ କାହାର?

ଆକାଶ ଆଉ କୁହୁଡି କଣ ଏକା?

ଏକା ହୋଇଥିଲେ ନିଜ ସାଥେ 

ଓଲ୍ହାଇ ନଥାନ୍ତା ନେଇ ଜହ୍ନ ଆଉ ତାରା...


ଆଗରୁ ଭାବିବା କଥା ତ?

ଫାଙ୍କା ଦିଗବଳୟ ପଥେ 

ସୂରୁଜ ଯେବେ ମଶାଲ ଜାଳେ

ନିଦୁଆ ଆଖିରୁ ସ୍ବପ୍ନ ହଜେ 

ସାମ୍ନାରୁ ଧୀରେ ଅପସରି ଯାଏ

ଦୁଧିଆ ଗୋଳିଆ କୁହୁଡି

ଶୁଖି ଝରି ଯାଏ ପରାସ୍ତ ଶେଫାଳୀ

ପାହାଡ଼ ଯାଇଥାଏ ଫାଟି 

ରାତି ରହିଯାଏ ସାକ୍ଷୀ 

 ତେଣେ ଚମ୍ପାଫୁଲଟିଏ 

ଅଗଣାରେ ହସେ 

ଅଙ୍ଗେ ତା କୁହୁଡି ମାଖି

ରାତି ଆସିଲେ ଖସେ ଅଲୌକିକ କୁ୍ଜ୍ଝଟୀକା

ଅବିଶ୍ୱାସ ଗୁଳ୍ମଲତା ଅଙ୍କୁରିତ ହୁଏ,

ସ୍ବପ୍ନିଳ ବିଭ୍ରାନ୍ତିରେ ସତ୍ୟ ଅସତ୍ୟର

ଯେତେ ଫେଣ୍ଟାଫେଣ୍ଟି ବିଭୀଷିକା 

ଅନ୍ଧାର ହଟିଲେ କିନ୍ତୁ ଦୃଶ୍ୟାସ୍ଥ ହୁଏ ଦିନଟିଏ

ଦାମ୍ଭିଲା ଛାତିରେ ନେଇ ସୂର୍ଯ୍ୟର ନିର୍ଲିପ୍ତତା

ରୂପାନ୍ତରିତ ହୁଏ ଗୋଟିଏ ପ୍ରଜ୍ବଳିତ ଇଚ୍ଛାରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract