STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ହେ ଦେବୀ ! ନମଃ ତସ୍ୟୈ ନମୋ ନମଃ

ହେ ଦେବୀ ! ନମଃ ତସ୍ୟୈ ନମୋ ନମଃ

1 min
135

  

ହେ ଦେବୀ ଭାର୍ଗବୀ 

        ଆସ ଆବିର୍ଭାବୀ 

               ମହୀମଣ୍ଡଳେ,

ନମଃ ତସ୍ୟୈ ନମୋ 

     ନମଃ ତସ୍ୟୈ ନମୋ 

               କରୁ ସକଳେ।

ତୁମେ ଦୟାମୟୀ  

      ତୁମେ କୃପାମୟୀ  

              ଗୋ ଆଦିମାତା,

ଅଭୟଦାୟିନୀ  

       ଦୁର୍ଗତିନାଶିନୀ  

              ସ୍ଵୟଂ ସମ୍ଭୁତା।

ତୁମେ ଜଗଦ୍ଧାତ୍ରୀ  

    ତୁମେ ଶୈଳ ପୁତ୍ରୀ 

               କରୁଣାମୟୀ,

ଜଗତ ଜନନୀ  

      କଲ୍ୟାଣକାରିଣୀ  

               ମମତାମୟୀ।

ସଂହାର କାରିଣୀ  

       ମହିଷାମର୍ଦ୍ଦିନୀ  

              ଦୁଃଖ ନାଶିନୀ,

ତୁମେ ବନ୍ଦନୀୟା  

     ତୁମେ ପୂଜ୍ୟନୀୟା 

             ମାଆ ତାରିଣୀ।

ତୁମେ ଦୁର୍ଗା କାଳୀ  

       ଶାରଦା କମଳି  

              ଉମା ରୁଦ୍ରାଣୀ,

ଆସ ଅବତରୀ  

        ବିଶ୍ଵ ରୂପ ଧରି  

              ହସୁ ଧରଣୀ।

ଧରାଧାମେ ଆଜି  

        ଶାନ୍ତି ଯାଏ ହଜି  

              ଆସେ ବିପଦ, 

ଆଶିଷ ଦିଅ ମା'  

    ବାରେ ହୋଇ ସାହା 

              ଯାଉ ବିଷାଦ।

କୃପା କର ଦେବୀ

      ହୃଦେ ଅନୁଭବି

               ଦିଅ ଶରଣ,

ରହୁ ଗୋ ଧରମ

     ନମଃ ତସ୍ୟୈ ନମୋ

              ଶୁଣ ଜଣାଣ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract