STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଆନନ୍ଦ ହେଉଅଛି ମହୀ

ଆନନ୍ଦ ହେଉଅଛି ମହୀ

1 min
153


ଆତଙ୍କିତେ ମଥୁରା କଟକର ପ୍ରଜାଗଣ

ମହାରାଜା କଂସର ନିର୍ମମ ଅତ୍ୟାଚାରେ

ତିଳ ତିଳ ହେଉଛନ୍ତି ଯନ୍ତ୍ରଣାରେ ଜର୍ଜରିତ 

କରନ୍ତି ଆର୍ତ୍ତନାଦ ପାଇବାକୁ ପରିତ୍ରାଣ 

ପିତା ଉଗ୍ରସେନଙ୍କଠାରୁ ଛଡ଼ାଇ ନେଉଛି

ସେ ରାଜ ମୁକୁଟ ସହିତରେ ସିଂହାସନ

ବନ୍ଦୀ କରିଛି ନିଜ ଭଗ୍ନୀ ଭଗ୍ନୀପତିଙ୍କୁ

ଦେବକୀ ବସୁଦେବ ପତିପତ୍ନୀ ଦୁହେଁ 

ଅନ୍ଧକାର କାରାଗୃହେ ରହି ଭୋଗୁଛନ୍ତି 

ଅକଥନୀୟ ମର୍ମନ୍ତୁଦ ନିର୍ଯ୍ୟାତନା 

ପିତା ଆଖି ଆଗରେ ଦେଖନ୍ତି ଏ ଦୃଶ୍ୟ

ଦ୍ଵାରପାଳ ହୋଇ ଝରାନ୍ତି ତତଲା ଲୁହ

ନିରୁପାୟ ଅସହାୟ ସେ ଦେଖି ଦୂରବସ୍ଥା

ରାଜକନ୍ୟା ରାଜ ଜାମାତା ଯେ

ଆଜି ଦୁଃଖର ସାଗରରେ ରହିଛନ୍ତି ବୁଡ଼ି

ଶୁଣି ଶୂନ୍ୟବାଣୀ ସ୍ଵେଚ୍ଛାଚାରୀ କଂସ

ବନ୍ଦୀ କରି ରଖିଛି ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ

ଭଉଣୀ ଦେବକୀ ଗର୍ଭରୁ ଜନ୍ମ ନିଅନ୍ତି

ଯେତେ ଶିଶୁ ସନ୍ତାନ ତାର ଭାଗ୍ନେୟଗଣ

ଏକ ପରେ ଏକକୁ କରେ ସେ ବଧ

ଅଷ୍ଟମ ଗର୍ଭର ସନ୍ତାନକୁ କରିଛି ଅପେକ୍ଷା

ତାକୁ ମାରିଲା ପରେ ହେବ ସେ ଅମର

ମିଥ୍ୟା ପ୍ରମାଣିତ କରିବ ସେ ଶୂନ୍ୟବାଣୀକୁ 

ଦମ୍ଭ ଗର୍ବ ଅହଙ୍କାରରେ ପଡ଼େ ଫାଟି

ସ୍ବର୍ଗ ମର୍ତ୍ତ୍ଵ ପାତାଳ କରି ସେ ଜୟ

ମଣେ ନିଜକୁ ସର୍ବଶ୍ରେଷ୍ଠ ପ୍ରତାପଶାଳୀ

ଦେବା ଦେବୀଙ୍କ ସଙ୍ଗେ ମାନବମାନଙ୍କୁ

ମନ ଇଚ୍ଛା ତାର ଦିଏ କଠିନ ଦଣ୍ଡ 

ଦେଖି କଂସର ଏ ହିଂସ୍ର କ୍ରୁର କୁସ୍ଵଭାବ

ଦେବଗଣ ସହିତେ ବ୍ରହ୍ମା ହେଲେ ବିବଶ

ଶେଷେ ଭଗବାନ ଶ୍ରୀବିଷ୍ଣୁଙ୍କୁ କଲେ ପ୍ରାର୍ଥନା

ମହାପ୍ରଭୁ ପରଂବ୍ରହ୍ମ ଶୁଣି ଦେବଙ୍କ ଗୁହାରି

ଦେଲେ ସମସ୍ତଙ୍କୁ ସେ ଅଭୟ ବାଣୀ

ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନମିବେ

ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ 

ପରମାତ୍ମାରୁ ନେଇ ସେ ମାନବ ଶରୀର

ନାଶିବେ ଦୁଷ୍ଟ କୁଳ କରିବେ ସତ୍ୟ ପ୍ରତିଷ୍ଠା

ନିସ୍ତରି ନିଃଚିନ୍ତ ରହିବ ପ୍ରାଣୀଜଗତ

ସନ୍ତପ୍ତ ପ୍ରାଣ ସଭିଙ୍କର ହେବ ଶୀତଳ

ପାପ ଦୂରେଇ ଦେବେ ନାଶି ରାକ୍ଷସ ଦଳ

ଏ ବୃତ୍ତାନ୍ତ ଜାଣି ଆନନ୍ଦ ହେଉଅଛି ମହୀ 

ଶ୍ରୀବିଷ୍ଣୁ ଜନ୍ମିବେ କୃଷ୍ଣ ରୂପେ ଦେହ ବହି 

ବିଧିର ବିଧାନେ ଜୀବ ପାଏ ଯେ ତ୍ରାହି

ପ୍ରଣମେ ସୃଷ୍ଟିକର୍ତ୍ତାଙ୍କ ଚରଣେ ତଳେ ରହି।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract