STORYMIRROR

Prasanna Kumar Panda

Children Stories Drama Children

3  

Prasanna Kumar Panda

Children Stories Drama Children

ସୁନା ଭଉଣୀ

ସୁନା ଭଉଣୀ

1 min
175

ସୁନା ଭଉଣୀର ସୁନେଲି ରାକ୍ଷୀପବିତ୍ର ବନ୍ଧନ ଅମ୍ଳାନ ସାକ୍ଷୀବାର ମାସରେ ତେର ପର୍ବ ପାଳନ ହୁଏ ଓଡ଼ିଶାର ପୁରପଲ୍ଲୀରେଗହ୍ମା ପୂର୍ଣ୍ଣିମା ପାଳିତ ହୁଏ ଘରେଘରେ ଶ୍ରାବଣର ଶେଷ ଦିନରେ ।ହଳଲଙ୍ଗଳ ଧାରୀ ପ୍ରଭୁ ବଳଦେବଙ୍କ ଜନ୍ମୋତ୍ସବ ପାଳନ ହୁଏ ରାକ୍ଷୀ ପୂର୍ଣ୍ଣିମାରେଗୋମାତାଙ୍କୁ ପୂଜା କରାଯାଇ ରାକ୍ଷୀବନ୍ଧାଯାଏ ତାଙ୍କ ବେକରେ ।ମା ସୁଭଦ୍ରା ରାକ୍ଷୀ ବାନ୍ଧନ୍ତି ବଡଭାଇ ବଳଭଦ୍ର ସାନଭାଇ ଜଗନ୍ନାଥଙ୍କ ହସ୍ତରେଦୁଇ ଭାଇ ରକ୍ଷକ ସାଜି ସୁନା ଭଉଣୀକୁ ସ୍ନେହଆଦର ଢାଳି ରଖନ୍ତି ଗେଲବସରରେ ।ଶ୍ରୀକୃଷ୍ଣଙ୍କୁ ଦୌପଦୀ ରାକ୍ଷୀ ବାନ୍ଧିଥିଲେ ଚିରିଶାଢୀର କାନିରେଦୌପଦୀଙ୍କୁ ଶ୍ରୀକୃଷ୍ଣ ବସ୍ତ୍ର ଯୋଗାଇ ମାନରଖିଥିଲେ ବସ୍ତ୍ର ହରଣ ସମୟରେ ।ସନାତନ ଧର୍ମର ପରମ୍ପରାକୁ ବଜାୟ ରଖି ହିନ୍ଦୁ ରିତିନୀତି କରନ୍ତି ଭାରତବର୍ଷରେଭାଇର ମଙ୍ଗଳ ଉନ୍ନତି ପାଇଁ ଭଉଣୀ ସ୍ନେହ ଆଦରରେ ରାକ୍ଷୀ ବାନ୍ଧେ ଭାଇ ହାତରେ ।ଚାତକ ପରି ଚାହିଁ ରହିଥାଏ ମୋ ଗେହ୍ଲି ଭଉଣୀ ରକ୍ଷା ବନ୍ଧନକୁଭାଇ ଭଉଣୀର ପବିତ୍ର ବନ୍ଧନକୁ ଆହୁର ନିବିଡ କରେ ରାକ୍ଷୀ ବାନ୍ଧି ଦୁଇ ଭାଇଙ୍କୁ ।କେତେ ମନ ଆନନ୍ଦରେ ମୋ ସୁନା ଭଉଣୀସୁନେଲି ରାକ୍ଷୀ ବାନ୍ଧେ ମୋ ହାତରେଫୁଲ ଦୂବ ବରକୋଳିପତ୍ର ଦୀପ ଦେଇ ବନ୍ଦାପନା କରି ମିଠା ଦିଏ ତୁଣ୍ଡରେ ।ଧନ ସମ୍ପତ୍ତି କିଛି ଚାହେଁ ନାହିଁ ମୋ ଭଉଣୀଚାହେଁ ଖୁସି ଆନନ୍ଦ ଦୁଇ ଭାଇଙ୍କର ରାକ୍ଷୀର ଡୋର ବାନ୍ଧି ହାତେ ମାଗେ ବିପଦ ସମୟରେ ତାକୁ କରିବା ଲାଗି ଉଦ୍ଧାର ।ଦୂରରେ ଥାଇ ବି ଭଉଣୀର ମୋର ନ ପାଶୋରିପ୍ରତିବର୍ଷ ରାକ୍ଷୀ ପଠାଏ ଡାକରେଆମର ଖୁସି ଲାଗି ସେ ନୀତି ପ୍ରଣତି କରିଠାକୁରଙ୍କ ପାଖରେ ।


Rate this content
Log in